ରାଜ୍ୟ

ବାତ୍ୟା ୟାସ ମୁକାବିଲା ନିମନ୍ତେ ପ୍ରଶାସନିକ ପଦକ୍ଷେପ

କଟକ : ଜିଲ୍ଲାରେ ୟାସ ବାତ୍ୟା ପରିସ୍ଥିତି ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ଯଥା ସମ୍ଭବ ପଦକ୍ଷେପ ନିଆଯାଉଅଛି। ଜିଲ୍ଲାର ୭ଟି ବ୍ଲକ ମାହାଙ୍ଗା, ନିଶ୍ଚିନ୍ତକୋଇଲି, କଣ୍ଟାପଡା, ନିଆଳି, ସାଲେପୁର,ବଡମ୍ବା, କଟକ ସଦର ସମେତ ମହାନଗର ଅଞ୍ଚଳରେ ଆଜି ସନ୍ଧ୍ୟା ପର୍ଯ୍ୟନ୍ତ ୧୫୪୫୫ ଜଣ ଲୋକଙ୍କୁ ୬ଟି ବହୁମୁଖୀ ଆଶ୍ରୟ ସ୍ଥଳୀ ଏବଂ ୩୫୮ଗୋଟି କାର୍ଯ୍ୟକ୍ଷମ ହୋଇଥିବା ଆଶ୍ରୟସ୍ଥଳରେ ଥଇଥାନ କରାଯାଇଛି। ଜିଲ୍ଲାରେ ଅନୁରୂପ ଭାବେ ଅଧିକ ୩୯୮ ଗୋଟି ସୁରକ୍ଷା ସ୍ଥଳ ଚୟନ କରାଯାଇ ଆବଶ୍ୟକ ସ୍ଥଳେ ସ୍ଥାନାନ୍ତରିତଙ୍କ ନିମନ୍ତେ ବ୍ୟବହାର କରାଯିବା ପାଇଁ ପ୍ରସ୍ତୁତ ରଖାଯାଇଛି।ପ୍ରଶାସନ ପକ୍ଷରୁ୧୦୦.୭୮ କ୍ୟୁଣ୍ଟାଲ ଚୁଡା ଓ ୯.୩୭କ୍ୟୁଣ୍ଟ।ଲ ଗୁଡ଼ ସ୍ଥାନାନ୍ତରିତ ବ୍ୟକ୍ତିଙ୍କୁ ବଣ୍ଟା ହୋଇଛି। ଜିଲ୍ଳାପାଳ ଭବାନୀ ଶଙ୍କର ଚୟନୀ ଏହି ବାତ୍ୟା ମୁକାବିଲା ପାଇଁ ନିଆଯାଇଥିବା ପଦକ୍ଷେପ ତଥା ସ୍ଥାନାନ୍ତରଣ ସ୍ଥିତି ଯାଞ୍ଚ ନିମନ୍ତେ ନିଶ୍ଚିନ୍ତକୋଇଲି, ମାହାଙ୍ଗା ଅଞ୍ଚଳର ବହୁମୁଖୀ ଆଶ୍ରୟସ୍ଥଳୀ ପରିଦର୍ଶନ କରି ବିଭିନ୍ନ ବ୍ୟବସ୍ଥା ସମ୍ପର୍କରେ ବି ଡି ଓ ତଥା ସ୍ଥାନୀୟ ଜନ ପ୍ରତିନିଧିଙ୍କଠାରୁ ଅବଗତ ହୋଇଥିଲେ। ସେଠାରେ ଆଶ୍ରୟ ନେଇଥିବା ବ୍ୟକ୍ତି ମାନଙ୍କୁ ମାସ୍କ,ସେନିଟାଇଜର,ସାବୁନ,ବିସ୍କୁଟ ଆଦି ଯୋଗାଇବା ସହ ଆଣ୍ଟିଜେନ ଟେଷ୍ଟ କାରାଯିବା ବ୍ୟବସ୍ଥାର ସ୍ଥିତି ମଧ୍ୟ ପରଖିଥିଲେ।

Leave a Reply

Your email address will not be published. Required fields are marked *