ରାଜ୍ୟ

ବାତ୍ୟା ମୁକାବିଲା ପ୍ରସ୍ତୁତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା। ରାଜ୍ୟର ବାତ୍ୟା ସ୍ଥିତି ନେଇ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସରକାରୀ ସ୍ତରରେ କେମିତି ପ୍ରସ୍ତୁତି ଚାଲିଛି ସେନେଇ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କଲେ ମୁଖ୍ୟ ଶାସନ ସଚିବ ଓ ଏସଆରସି। ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ କହିଲେ, ସମସ୍ତ ପ୍ରକାର ପ୍ରତିଷେଧମୂଳକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ନିୟମିତ ଭାବେ ସ୍ଥିତି ଉପରେ ନଜର ରଖାଯାଇଛି। ପ୍ରତିଟି ଜୀବନ ଆମ ଲାଗି ମୂଲ୍ୟବାନ ବୋଲି କହିଲେ ନବୀନ। ଏହାସହ ଜିରୋ କାଜୁଆଲିଟି ଆମ ସରକାର ପଲିସି ବୋଲି କହିଲେ ମୁଖ୍ୟମନ୍ତ୍ରୀ। କେବଳ ଏତିକି ନୁହେଁ ବରଂ ପ୍ରଶାସନକୁ ସହଯୋଗ କରିବାକୁ ଲୋକମାନଙ୍କୁ ନିବେଦନ କଲେ ମୁଖ୍ୟମନ୍ତ୍ରୀ।

Leave a Reply

Your email address will not be published. Required fields are marked *