ରାଜ୍ୟ

ବାତ୍ୟା ‘ୟାଶ୍‌’ ପାଇଁ ପଞ୍ଚାୟତ ସ୍ତରୀୟ ବୈଠକ

ପୁରୀ (ବସନ୍ତ ଦାସ) : ବାତ୍ୟା ୟାସ ଲାଗି ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ୍‌ରେ ଆଜି ଏକ ପ୍ରସ୍ତୁତି ବୈଠକ ବ୍ଲକ୍ ବିଡ଼ିଓ ମନୋଜ ବେହେରାଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ନିମାପଡ଼ା ବ୍ଲକ୍‌ର ଆଶାକର୍ମୀ ଅଙ୍ଗନୱାଡିକର୍ମୀ ସମେତ ସିଡିପିଓ ଯୋଗ ଦେଇଥିଲେ । ସମ୍ଭାବ୍ୟ ବାତ୍ୟାକୁ ଆଖି ଆଗରେ ରଖି ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ । କଚା ଘରେ ଥିବା ଲୋକଙ୍କୁ ବାତ୍ୟା ଆଶ୍ରୟ ସ୍ଥଳୀରେ ରଖିବା ସେମାନଙ୍କର ଭଲ ମନ୍ଦ ବୁଝିବା ଉପରେ ଗୁରୁତ୍ୱରୋପ କରିଥିଲେ ।

Leave a Reply

Your email address will not be published. Required fields are marked *