ରାଜ୍ୟ

ଭଦ୍ରକ ଏବଂ ବାଲେଶ୍ୱର ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ ୟଶ୍ : ଏସ୍‌ଆର୍‌ସି

ଭୁବନେଶ୍ୱର : ବାତ୍ୟା ୟଶ୍ ନେଇ ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ସମୁଦ୍ର ମଧ୍ୟରେ ଅଧିକ ସମୟ ଯାଏଁ ରହି ଏକ ସାମୁଦ୍ରିକ୍ ଝଡର ରୂପ ନେଇସାରିଛି । ଏହା ଆସନ୍ତା ୨୬ ତାରିଖରେ ଲ୍ୟାଣ୍ଡଫଲ୍ କରିବ । ତେବେ ଏହା ଓଡିଶା ଭଦ୍ରକ ଏବଂ ବାଲେଶ୍ୱର ମଧ୍ୟରେ ଲ୍ୟାଣ୍ଡଫଲ୍ କରିବା ବୋଲି ସେ କହିଛନ୍ତି । ଏହାର ଘଣ୍ଟାପ୍ରତି ବେଗ ୧୨୦-୧୬୫ କିମି ପର୍ଯ୍ୟନ୍ତ ରହିବ ବୋଲି ସେ ସୂଚନା ଦେଇଛନ୍ତି । ଆଗାମୀ ସୂଚନା ନେଇ ଆଇଏମଡି ପକ୍ଷରୁ ସ୍ପଷ୍ଟ କରାଯିବ । ଆଜି ରାତି ୧୨ ଟା ସୁଦ୍ଧା ଆଇଏମହି ସ୍ପଷ୍ଟ କରିବ ବୋଲି କୁହାଯାଇଛି । ସେ କହିଛନ୍ତି ଯେ, ବାଲେଶ୍ୱରରେ ପାଖାପାଖି ସ୍ଥଳଭାଗ ଛୁଇଁପାରେ ଅତି ଭୀଷଣ ସାମୁଦ୍ରିକ ଝଡ ୟଶ୍। ଆଜି ଦକ୍ଷିଶ ଉପକୂଳ ଓଡିଶାରେ ମଧ୍ୟମ ଧରଣର ବାର୍ଶ ଆଶଙ୍କା ରହିଛି । ବର୍ତ୍ତମାନ ୪ କିମି ବେଗରେ ଆଗଉଛି ୟଶ୍ । ତେବେ ଏହାର ମୁକାବିଲା ପାଇଁ ରାଜ୍ୟର ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ବାତ୍ୟା ଭୟଙ୍କର ହେଉଥିବାରୁ ରାଜ୍ୟ ସରକାର ଏ ନିଷ୍ପତି ନେଇଛନ୍ତି ।

Leave a Reply

Your email address will not be published. Required fields are marked *