ରାଜ୍ୟ

ଉପକାରାଗାରେ ଫୁଟିଲା କରୋନା ବୋମା

ପଦ୍ମପୁର : ଝାରପଡା ଜେଲ ପରେ ପଦ୍ମପୁର ଉପକାରାଗାରେ ଫୁଟିଲା କରୋନା ବୋମା । ଗୋଟିଏ ଦିନରେ ୮୩ ଜଣ ଅନ୍ତେବାସୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଂକ୍ରମିତ ହୋଇଥିବା ଅନ୍ତେବାସୀଙ୍କ ମଧ୍ୟରୁ ୫ ଜଣଙ୍କୁ ପଦ୍ମପୁର କୋଭିଡ଼ କେୟାର ସେଣ୍ଟରରେ ରଖାଯାଇଛି। ଏନେଇ ପଦ୍ମପୁର ଏସଡିଏମଓ ତହସିଲ ସାହୁ ସୂଚନା ଦେଇଛନ୍ତି । ସୂଚନା ଅନୁଯାୟୀ,  ପଦ୍ମପୁର ଉପ କାରାଗାର କଏଦୀଙ୍କ କୋଭିଡ୍ ଟେଷ୍ଟ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ପ୍ରଥମେ ୩୦ ଜଣଙ୍କ ସଂକ୍ରମିତ  ଚିହ୍ନଟ ହୋଇଥିଲା। ଏହାପରେ ଜେଲରେ ଅନ୍ୟ ୧୨୪ ଜଣ ଅନ୍ତେବାସୀଙ୍କୁ ପରୀକ୍ଷା କରାଯିବାରୁ ସେମାନଙ୍କ ମଧ୍ୟରୁ ପୁଣି ୮୩ ଜଣ କଏଦୀ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏବେ ସମସ୍ତଙ୍କୁ ଆକ୍ରାନ୍ତଙ୍କ ଜେଲ୍‌ରେ ଥିବା ସ୍ବତନ୍ତ୍ର କ୍ବାରେଣ୍ଟାଇନ୍ ସେଣ୍ଟେର ରଖାଯାଇ ଚିକିତ୍ସା କରାଯାଉଛି। ୫ ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡି ପରେ ପଦ୍ମପୁର କୋଭିଡ଼ କେୟାର ସେଣ୍ଟରରେ ରଖାଯାଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *