ମନୋରଞ୍ଜନରାଜ୍ୟ

ଲୋକପ୍ରିୟ ଗାୟିକା ତପୁ ମିଶ୍ର ଗୁରୁତର

ଭୁବନେଶ୍ୱର : ଲୋକପ୍ରିୟ ଗାୟିକା ତପୁ ମିଶ୍ର କରୋନାରେ ଆକ୍ରାନ୍ତ। ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ କଣ୍ଟାବାଡ଼ର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ତାଙ୍କୁ ଆଇସିୟୁରେ ରଖାଯାଇ ଚିକିତ୍ସା କରାଯାଉଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ନେଇ ଜଣେ ସଂପର୍କୀୟ କହିଛନ୍ତି। କିଛିଦିନ ତଳେ ସେ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ପରେ ଗୁରୁତର ହେବାରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ଏନେଇ ତପୁ ମିଶ୍ରଙ୍କ ପରିବାର ପକ୍ଷରୁ କୌଣସି ସୂଚନା ମିଳି ନଥିବା ବେଳେ ଫେସ୍‌ବୁକ୍‌ ଆକାଉଣ୍ଟରେ ଏହି ଖବର ଟ୍ୟାଗ କରି ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ଶୁଭେଚ୍ଛୁ । ସେହିପରି ଏହି ଖବର ଟ୍ୱିଟରରେ ମଧ୍ୟ ଟ୍ରେଣ୍ଡିଂ କରୁଛି। ସମସ୍ତେ ତାଙ୍କର ଆଶୁ ଆରୋଗ୍ୟ କାମନା କରୁଛନ୍ତି। ୧୦ ଦିନ ପୂର୍ବେ ବାପାଙ୍କୁ ହରାଇଛନ୍ତି ତପୁ ମିଶ୍ର। ଉଭୟ ଓଡ଼ିଆ ସିନେମା ଓ ଆଲବମ ଜଗତରେ ବହୁ ହିଟ୍‌ ଗୀତ ଗାଈ ଦର୍ଶକଙ୍କ ପାଖରେ ଆଦୃତି ଲାଭ କରିଛନ୍ତି ତପୁ ମିଶ୍ର।

Leave a Reply

Your email address will not be published. Required fields are marked *