ଅପରାଧରାଜ୍ୟ

ମା’ ମଥାରେ ସିନ୍ଦୁର ଲଗେଇଲା ପୁଅ

ଦେବଗଡ଼  : ଜନ୍ମଦାତ୍ରୀ ମା’ କୁ ବିଭିନ୍ନ ସମୟରେ ଅଶ୍ଳୀଳ ଇଙ୍ଗିତ କରିବା ସହ ଚୁମ୍ବନ ଦେବା ଏପରିକି ମା ମଥାରେ ସିନ୍ଦୁର ଲଗାଇବା ଭଳି ଅଭାବନୀୟ କାଣ୍ଡ ଭିଆଇଵା ସହ ନିର୍ଯ୍ୟାତନା ଦେଇ ଘରୁ ତଡି ଦେବା ଭଳି ଘଟଣା ଘଟିଛି ଦେବଗଡ଼ ଥାନା ଅନ୍ତର୍ଗତ କଣ୍ଟାପାଲି ଗ୍ରାମରେ l ସେହିପରି ନିର୍ଯ୍ୟାତିତା ମା ର ଲିଖିତ ଅଭିଯୋଗ ପରେ ଦେବଗଡ଼ ଥାନା ପୁଲିସ ଗିରଫ କରିଛି ଅଭିଯୁକ୍ତ କୁଳାଙ୍ଗାର ପୁଅକୁ l

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କଣ୍ଟାପାଲି ଗ୍ରାମ ର ଫକୀର ମୋହନ ପ୍ରଧାନ ଙ୍କ ସ୍ତ୍ରୀ ମମତା ପ୍ରଧାନ ଙ୍କୁ ତାଙ୍କ ଜନ୍ମିତ ପୁଅ ବିବେକା ପ୍ରଧାନ (29) ବିଭିନ୍ନ ସମୟରେ ନିଶା ପାନ କରିବା ସହ ଟଙ୍କା ପଇସା ପାଇଁ ଘରେ ଗଣ୍ଡଗୋଳ କରିଥାଏ l ଗତ ବର୍ଷ ପୁଅର ବିବେକା ଉଭୟ ମା ବାପା ଙ୍କୁ ଘର ମଧ୍ୟରେ ଭରି ଘରେ ନିଆଁ ଲଗାଇ ସେମାନଙ୍କୁ ହତ୍ୟା ଉଦ୍ୟମ କରିଥିଲେ ମଧ୍ଯ ମମତା ଙ୍କୁ ଶାଶୁ ସେମାନଙ୍କୁ ବଞ୍ଚାଇ ଥିଲେ ମଧ୍ଯ ଘରେ ଥିବା କପଡାଲତା ଓ ଆସବାବ ପତ୍ର ଆଦି ଜଳିପୋଡି ନଷ୍ଟ ହୋଇଯାଇଥିଲା l ଫଳରେ ପୁଅର ନିର୍ଯ୍ୟାତନା ରେ ଅତିଷ୍ଠ ହୋଈ ଉଭୟ ମମତା ଓ ଫକୀର ଘର ଛାଡି କିଛିଦିନ ଅନ୍ୟତ୍ର ଭଡା ଘରେ ରହିଥିଲେ l ସେଠାକୁ ମଧ୍ଯ ପୁଅ ବିବେକା ଯାଇ ସେମାନଙ୍କୁ ମାଡଗାଳି କରିଆସୁଥିଲା l ତେବେ ଗତ ଡିସେମ୍ବର ମାସରେ ବିବେକା ନିଜ ଭୁଲ ସ୍ୱୀକାର କରି ଭଡାଘରୁ ସେମାନଙ୍କୁ ନିଜ ଘରକୁ ଆଣିଥିଲା l ମାତ୍ର ବାପା ମା ଘରକୁ ଆସିବା ପରେ ପୁଣିଥରେ ପୂର୍ବଭଳି ଅତ୍ୟାଚାର ଆରମ୍ଭ କରିଥିଲା l

ସେହିପରି ଗତ ମାର୍ଚ୍ଚ ମାସରେ ପୁଅ ବିବେକା ମା କୁ ଅଶ୍ଳୀଳ ଇଙ୍ଗିତ କରିବା ସହ ଅସଦାଚରଣ କରି ମା ମମତା ମଥାରେ ସିନ୍ଦୁର ଭରି ଦେଇଥିଲା l ମମତା ଏକଥା ନିଜ ସ୍ୱାମୀ ଙ୍କୁ କହିବାରୁ ସେ ଏହାର ପ୍ରତିବାଦ କରିବାରୁ ବିବେକା ଉଭୟଙ୍କୁ ମାଡ ମାରି ଘରୁ ତଡ଼ିଦେବା ସହ ମରଣାନ୍ତାକ ଆକ୍ରମଣ କରିଥିଲା l ଏନେଇ ପୁଲିସ ନିକଟରେ ଉଭୟ ଅଭିଯୋଗ କରିଥିଲେ ମଧ୍ଯ ମିଳାମିଶା ହୋଈ ଘଟଣା ର ସମାଧାନ କରାଯାଇଥିଲା l ଲୋକ ଲଜ୍ଜ୍ୟା ଭୟରେ ପୁଅର କଳା କାରନାମା କୁ ମା ନିଜ ଭିତରେ ଲୁଚାଇ ରଖି ନିର୍ଯ୍ୟାତନା ସହି ଯାଉଥିଲେ l

ତେବେ ଗତକାଲି ମମତା ସ୍ୱାମୀ, ଶାଶୁ ଓ ସ୍ୱଶୁର ଙ୍କ ସହ ନିଜ ଆମ୍ବ ବଗିଚା ରୁ ବିକ୍ରି ହୋଇଥିବା ଆମ୍ବ ର ହିସାବ କରୁଥିବା ବେଳେ ପୁଅ ବିବେକା ଆସି ଟଙ୍କା ମାଗିଥିଲା l ପରିବାର ଲୋକେ ଟଙ୍କା ଦେବାକୁ ମନା କରିବାରୁ ଅଭିଯୁକ୍ତ ପୁଅ ବିବେକା ଏକ ବାଡ଼ି ସାହାଯ୍ୟ ରେ ପରିବାର ର ଚାରିଜଣ ଯାକ ସଦସ୍ୟ ଙ୍କୁ ରକ୍ତାକ୍ତ ଆକ୍ରମଣ କରିଥିଲା l ସେହିପରି ବଗିଚାରେ ଥିବା ସମସ୍ତ ଆମ୍ବ ଗଛ ଗୁଡିକୁ କାଟି ଦେବାର ଧମକ ଦେଇଥିଲା l ଫଳରେ ଏ ନେଇ ମା ମମତା ସହାୟତା ପାଇଁ ବାରକୋଟ ସ୍ଥିତ ସ୍ବେଛାସେବୀ ସଂସ୍ଥା “ସଖୀ” ନିକଟରେ ସହାୟତା ପାଇଁ ନିବେଦନ କରିବା ସହ ଦେବଗଡ଼ ଥାନାରେ ପୁଅ ଅତ୍ୟାଚାର ରୁ ରକ୍ଷା ପାଇଁ ପୁଅକୁ ଜେଲ ପଠାଇବାକୁ ଅନୁରୋଧ ପୂର୍ବକ ଲିଖିତ ଅଭିଯୋଗ କରିଥିଲେ l

ଅଭିଯୋଗ ଆଧାର ରେ ଦେବଗଡ଼ ଥାନା ପୁଲିସ ବିଭିନ୍ନ ଦଫାରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିବାସହ କୁଳାଙ୍ଗାର ପୁଅ କୁ ଗିରଫ କରିଛି l ତେବେ କୋର୍ଟ ଚାଲାଣ ପୂର୍ବରୁ ଅଭିଯୁକ୍ତ ଅଚେତ ହେବାର ନାଟକ କରିବାରୁ ପୁଲିସ ଅଭିଯୁକ୍ତ କୁ ଚିକିତ୍ସା ପାଇଁ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି କରିଥିବା ଜଣା ପଡିଛି l

Leave a Reply

Your email address will not be published. Required fields are marked *