ରାଜ୍ୟ

ଅକ୍ସିଜେନ ପାଇଁ ରାଜ୍ୟରେ ଟାସ୍କଫୋର୍ସ ଗଠନ

ଭୁବନେଶ୍ୱର:  ଅକ୍ସିଜେନ ପାଇଁ ରାଜ୍ୟରେ ଟାସ୍କଫୋର୍ସ ଗଠନ ହୋଇଛି। ଅକ୍ସିଜେନ ଆବଶ୍ୟକତା ଓ ପରିଚାଳନା ପାଇଁ ଟାସ୍କଫୋର୍ସ ଟାସ୍କ ଫୋର୍ସ ଗଠନ ନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଅକ୍ସିଜେନ ଯୋଗାଣ ବ୍ୟବସ୍ଥା କେମିତି ଚାଲିଛି ତାହାକୁ ନେଇ ଏଣିକି ପ୍ରତି ଘଣ୍ଟାରେ ତର୍ଜମା କରାଯିବ। ଏହାସହ ଆଗକୁ ରାଜ୍ୟ ଅକ୍ସିଜେନ ଯୋଗାଣ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବ ବୋଲି କୁହାଯାଇଛି। ଅଧିକ ସିଲିଣ୍ଡର ଓ ଅକ୍ସିଜେନ ଜେନେରେଟର ବ୍ୟବସ୍ଥା ମଧ୍ୟ କରାଯିବାକୁ ବ୍ୟବସ୍ଥା ହେଉଥିବା ସୂଚନା ଦିଆଯାଉଛି। ଏମ୍‌କେସିଜିରେ ଅକ୍ସିଜେନ ପ୍ଲାଣ୍ଟ ଉଦଘାଟନ ଅବସରରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ। ତେବେ ଦେଶବାସୀଙ୍କ ନିଦ ହଜାଇ ଦେଇଛି କରୋନାର ଦ୍ୱିତୀୟ କହର। ଦେଶର ବଡ଼ ବଡ଼ ମେଡିକାଲରେ ଏବେ ଅକ୍ସିଜେନର ଘୋର ସଙ୍କଟରୁ ଚାଲିଯାଉଛି ଅନେକ ଜୀବନ। ଏହାକୁ ନଜରରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟମନ୍ତ୍ରୀମାନଙ୍କ ସହ ରାଜ୍ୟର କୋଭିଡ୍ ସ୍ଥିତି ନେଇ ଆଲୋଚନା ବି କରିଥିଲେ । ବୈଠକରେ ସବୁ ରାଜ୍ୟ ମେଡିକାଲ, ଲିକ୍ୱିଡ୍ ମେଡିକାଲ୍ ଅକ୍ସିଜେନ୍ ପାଇଁ ବ୍ୟାକୁଳ ହେଉଥିବାରୁ ଏହାର ନିରନ୍ତର ଯୋଗାଣ ଲାଗି ସମସ୍ତ ପଦକ୍ଷେପ ନିଆଯାଉଥିବା ଆଶ୍ୱାସନା ଦେଇଥିଲେ ପ୍ରଧାନମନ୍ତ୍ରୀ।

Leave a Reply

Your email address will not be published. Required fields are marked *