ରାଜ୍ୟ

କୋଭିଡ ମୁକାବିଲାରେ ଓଡିଶା ଆଗରେ

ଭୁବନେଶ୍ବର: କୋଭିଡ ମୁକାବିଲାରେ ପୁଣି ନବୀନ ସରକାରଙ୍କୁ ପ୍ରଶଂସା । ବରିଷ୍ଠ ସାମ୍ବାଦିକ ପ୍ରଭୁ ଚାଓ୍ବଲାଙ୍କ ପକ୍ଷରୁ ହୋଇଥିବା ଅନଲାଇନ୍ ସର୍ଭେରେ ସର୍ବାଧିକ ଭୋଟ ପାଇ ଆଗରେ ରହିଛନ୍ତି ନବୀନ ପଟ୍ଟନାୟକ । ସର୍ଭେରେ ନବୀନ ପାଇଛନ୍ତି ୫୭ ପ୍ରତିଶତ ଭୋଟ । ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ୨୬ ପ୍ରତିଶତ ଭୋଟ ପାଇ ଦ୍ବିତୀୟରେ ଥିବାବେଳେ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ଚୌହାନ ୧୪ପ୍ରତିଶତ ଭୋଟ ଓ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ ୟେଦିୟୁରପ୍ପା ପାଇଛନ୍ତି ମାତ୍ର ୩.୨ ପ୍ରତିଶତ ଭୋଟ ।

ସେହିଭଳି ଅଧିକ ପ୍ରଭାବିତ ହୋଇଥିବା ରାଜ୍ୟକୁ ନେଇ ହୋଇଥିବା ସର୍ଭେରେ ୫୬ ପ୍ରତିଶତ ଭୋଟ ପାଇ ଆଗରେ ରହିଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ତାଙ୍କ ପଛରେ ରହିଛନ୍ତି ଉଦ୍ଧବ ଠାକରେ, ତାଙ୍କୁ ମିଳିଛି ୩୦ ପ୍ରତିଶତ ଭୋଟ । ଏହା ପରେ କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ୮ ପ୍ରତିଶତ ପାଇଥିବାବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ୬ ପ୍ରତିଶତ ଭୋଟ ପାଇଛନ୍ତି ।

Leave a Reply

Your email address will not be published. Required fields are marked *