ରାଜ୍ୟ

ଅମ୍ଳଜାନ କାରଖାନା ମୁଖ୍ୟମନ୍ତ୍ରୀ ଦେଲେ ୪୫ ଲକ୍ଷ

ବୌଦ୍ଧ : ସମ୍ପ୍ରତି କୋଭିଡ ମୁକାବିଲା କ୍ଷେତ୍ରରେ ଆଗୁଆ ପଦକ୍ଷେପ ଗ୍ରହଣ କରି ଓଡ଼ିଶା ସାରା ଦେଶରେ ଅନ୍ୟ ରାଜ୍ୟଗୁଡ଼ିକ ପାଇଁ ଉଦହାରଣ ସୃଷ୍ଟି କରିଛି । ସେହିପରି ଅନ୍ୟ ରାଜ୍ୟଗୁଡ଼ିକ ଅମ୍ଳଜାନ ସଙ୍କଟ ଦେଇ ଗତି କରୁଥିବାବେଳେ ଓଡ଼ିଶା ପକ୍ଷରୁ ଅନ୍ୟ ରାଜ୍ୟକୁ ଅମ୍ଳଜାନ ଯୋଗାଇଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାରା ଦେଶରେ ପ୍ରଶଂସିତ ହେବା ସହିତ ଓଡ଼ିଶାବାସୀଙ୍କୁ ଗୌରବାନ୍ୱିତ କରିଛନ୍ତି । ଦ୍ୱିତିୟ ଲହର କୋଭିଡ ସଂକ୍ରମଣ ବୃଦ୍ଧି ପାଇଚାଲିଥିବାବେଳେ ଅମ୍ଳଜାନ ଯୋଗୁଁ ଅନେକ ବ୍ୟକ୍ତିବିଶେଷ ମୃତ୍ୟୁ ମୁଖରେ ପଡୁଛନ୍ତି ।

କେନ୍ଦ୍ର ସରକାରଙ୍କ ପକ୍ଷରୁ ଅମ୍ଳଜାନ ସଙ୍କଟକୁ ତୁରନ୍ତ ପୂରଣ କରିବା ପାଇଁ ବହୁ ସଂଖ୍ୟାରେ ଅମ୍ଳଜାନ କାରଖାନା ସ୍ଥାପନ ପାଇଁ ପଦକ୍ଷେପ ଗ୍ରହଣ କରିବାସହ ଓଡ଼ିଶାର ୭ଟି ଜିଲ୍ଲା ମଧ୍ୟରେ ବୌଦ୍ଧରେ ଏକ ଅମ୍ଳଜାନ କାରଖାନା ସ୍ଥାପନ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଜାତୀୟ ରାଜପଥ ପ୍ରାଧିକରଣ ପକ୍ଷରୁ ବୌଦ୍ଧରେ ଏହି ଅମ୍ଳଜାନ କାରଖାନା ନିର୍ମାଣ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଭାରତୀୟ ପ୍ରତିରକ୍ଷା ଗବେଷଣା ପ୍ରତିଷ୍ଠାନ ପକ୍ଷରୁ କାରଖାନା ସ୍ଥାପନ କରାଯିବ ବୋଲି ଜଣାପଡ଼ିଛି । ତେବେ ବୌଦ୍ଧରେ ଏହି ଅମ୍ଳଜାନ କାରଖାନା ସ୍ଥାପନ ପାଇଁ ରାଜ୍ୟ ସରକାର ବିନା ମୂଲ୍ୟରେ ଆବଶ୍ୟକୀୟ ଜମି ଯୋଗାଇଦେଇଥିବା ବେଳେ ତୁରନ୍ତ କାରଖାନା କାର୍ଯ୍ୟକ୍ଷମ କରାଯିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୪୫ ଲକ୍ଷ ଟଙ୍କାର ସହାୟତା ଯୋଗାଇଦେଇଥିବା ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ ସୂଚନା ଦେବାସହ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଜିଲ୍ଲାବାସୀଙ୍କ ପକ୍ଷରୁ କୃତଜ୍ଞତା ପ୍ରକାଶ କରିଛନ୍ତି ।

ଏହାବ୍ୟତୀତ ରାଜ୍ୟ ସରକାରଙ୍କ ପକ୍ଷରୁ ବୌଦ୍ଧ ଅମ୍ଳଜାନ କାରଖାନା ପାଇଁ ଆବଶ୍ୟକୀୟ ବିଦ୍ୟୁତ ସଂଯୋଗ ସହ ସ୍ୱତନ୍ତ୍ର ଟ୍ରାନ୍ସଫରମର ସ୍ଥାପନ କରାଯିବ ବୋଲି ଜଣାପଡ଼ିଛି । ଏହି କାରଖାନା କାର୍ଯ୍ୟକ୍ଷମ ହେଲେ ବୌଦ୍ଧ ସମେତ ପଡ଼ୋଶୀ ଜିଲ୍ଲାମାନେ ଉପକୃତ ହେବେ ଏବଂ ଜିଲ୍ଲାରେ ଉନ୍ନତ ସ୍ୱାସ୍ଥ୍ୟସେବା ପାଇଁ ନୂତନ ଭିତ୍ତିଭୂମି ସୃଷ୍ଟି ହୋଇପାରିବ ବୋଲି ବୁଦ୍ଧଜିବୀ ମହଲରେ ମତପ୍ରକାଶ ପାଇଛି । ସୂଚନା ଯୋଗ୍ୟଯେ, ନିର୍ମାଣାଧାନ ଅମ୍ଳଜାନ କାରଖାନା ନିକଟରେ ତିନିଶହ ଶଯ୍ୟାର ସାତମହଲା ବିଶିଷ୍ଟ ଚିକିତ୍ସାଳୟ ନିର୍ମାଣ କାର୍ଯ୍ୟ ଟେଣ୍ଡର ପ୍ରକ୍ରିୟାରେ ରହିଥିବା ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *