ମହାନଗରରାଜ୍ୟ

ଓଡିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ, କଡ଼ାକଡ଼ି ଭାବେ ଯାଞ୍ଚ କରାଯାଉ ପାଣି ବୋତଲ

କଟକ  : ଓଡିଶା ହାଇକୋର୍ଟ ଦେଲେ ଗୁରୁତ୍ତ୍ୱପୂର୍ଣ୍ଣ ନିର୍ଦ୍ଦେଶ। ରାଜ୍ୟର ସମସ୍ତ ପାଣି ବୋତଲ କମ୍ପାନୀ ଓ ଜୁସ କମ୍ପାନୀରେ ନିୟମିତ ଚଢ଼ାଉ ଓ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ | ରାଜ୍ୟରେ ଏକ୍ସପାଏରୀ ହୋଇଯାଇଥିବା ପାଣି ବୋତଲ ଓ ଜୁସ ବିକ୍ରି ଅବାଧ ଭାବେ ଚାଲିଛି। ରାଜ୍ୟ ସରକାରଙ୍କ ଏନଫୋର୍ସମେଣ୍ଟ ଓ ସର୍ଭେଲାନସ ବିଭାଗ ସଠିକ ଭାବେ କାର୍ଯ୍ୟ କରୁନଥିବା କହିଛନ୍ତି ହାଇକୋର୍ଟ । ଏପରିକି ଏହି ୱାଟର ଵଟଲ ବା ଜୁସ ଵଟଲ ଏକ୍ସପାରିକୁ ବ୍ୟବସାୟୀ ମାନେ ବ୍ୟବସାୟୀ ମାନେ ଟାମ୍ପରିଂ କରୁଥିବା ନେଇ ମଧ୍ୟ କହିଛନ୍ତି । ଫଳରେ ଜନସାଧାରଣ ପଇସା ଦେଇ ବିଷ କିଣୁଥିବା କହିଛନ୍ତି । ସୂଚନା ମୁତାବକ ପାଟଣାଗଡ଼ ଏସ.ଏସ ଏଣ୍ଟରପ୍ରାଇଜର୍ସର ପ୍ରୋପାଇଟର ସରୋଜ କୁମାର ବେହେରାଙ୍କ ଜାମିନ ଆବେଦନର ଶୁଣାଣି କରି ଏହି ରାୟ ଦେଇଛନ୍ତି ହାଇକୋର୍ଟର ଅବକାଶକାଳୀନ ଜଷ୍ଟିସ ସଞ୍ଜୀବ କୁମାର ପାଣିଗ୍ରାହୀଙ୍କ ଖଣ୍ଡପୀଠ ।

ପାଟଣାଗଡ଼ ପୋଲିସ ଚଢାଉ କରି ବିଶେଶ୍ୱର ପାଣିଗ୍ରାହୀଙ୍କ ଗୋଦାମରୁ ୧୨୩ ପ୍ୟାକେଟ ପାଣି ବୋତଲ ଓ ୪ କାର୍ଟୁନ ମ୍ୟାଙ୍ଗୋ ଜୁସ ଜବତ କରିଥିଲା। ଯାହାର ଏକ୍ସପାଏରି ଡେଟ ଶେଷ ହୋଇଯାଇଥିଲା। ବିଶେଶ୍ୱର ପାଣିଗ୍ରାହୀଙ୍କ କହିବା ଅନୁଯାୟୀ ସେ ଏ ସବୁ ଏସ. ଏସ ଏଣ୍ଟରପ୍ରାଇଜର୍ସରୁ ହିଁ କିଣିଥିଲେ। ପୋଲିସ ଏସ.ଏସ ଏଣ୍ଟରପ୍ରାଇଜର୍ସର ମାଲିକ ସରୋଜ ମେହେରଙ୍କ ନାମରେ ଆଇପିସିର ୪୨୦, ୨୭୩ ଓ ୩୪ ଦଫାରେ ମାମଲା ରୁଜ୍ଜୁ କରି ସରୋଜଙ୍କୁ ଗିରଫ କରିଥିଲା। ହାଇକୋର୍ଟ ଏହି ଜାମିନ ଶୁଣାଣି ସମୟରେ ଏହା ମଧ୍ୟ କହିଛନ୍ତି ଯେ, ଏହା ବିଜ୍ଞାନ ସମ୍ମତଯେ ଜଳର କୌଣସି ଏକ୍ସପରି ନାହିଁ କିନ୍ତୁ ଜଳ ରହୁଥିବା ପ୍ଲାଷ୍ଟିକ ବୋତଲର ଏକ୍ସପାଏରି ରହିଛି।

ଏହି ପ୍ଲାଷ୍ଟିକ ବୋତଲ ଅଧିକ ଦିନ ରହି କେମିକାଲ କମ୍ପୋନେଣ୍ଟ ସୃଷ୍ଟି କରି ଜଳକୁ ବିଷାକ୍ତ କରିଥାଏ। ସାଧାରଣ ସମସ୍ତଙ୍କର ଧାରଣା ପ୍ୟାକେଜିଙ୍ଗ ୱାଟର ଵଟଲ ସାଧାରଣ ଜଳ ଅପେକ୍ଷା ସ୍ୱାସ୍ଥ୍ୟପକ୍ଷେ ଅଧିକ ଭଲ। କିନ୍ତୁ ପ୍ଲାଷ୍ଟିକ ବୋତଲ ଭିତରେ ଦୀର୍ଘ ଦିନ ଜଳ ରହିଲେ ତାହା ବିଷାକ୍ତ ହୋଇଯାଉଛି। କ୍ୟାନ୍ସର, ହୃଦରୋଗ ଭଳି ମାରାତ୍ମକ ରୋଗ ମାନ ଏହି ପ୍ଲାଷ୍ଟିକ ଯୋଗୁଁ ହେଉଥିବା ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ମତ ଦେଇଛି । ରାଜ୍ୟରେ ପାଣି ବୋତଲ ଓ ଜୁସ ପ୍ୟାକେଟର ଏକ୍ସପାଏରି ଟାମ୍ପରିଂ ହେଉଥିବାରୁ ଏ ଦିଗରେ କଡାକଡି ଏନଫୋର୍ସମେଣ୍ଟ ଓ ସର୍ଭେଲାନସ ସରକାର କରିବା ଆବଶ୍ୟକ ବୋଲି ମତ ରଖିଛନ୍ତି ଓଡିଶା ହାଇକୋର୍ଟ।

Leave a Reply

Your email address will not be published. Required fields are marked *