ମହାନଗରରାଜ୍ୟ

ବର୍ଦ୍ଧିତ ଲକଡାଉନ୍‌ରେ ମୋ ବସ୍ ସେବା ବନ୍ଦ

ଭୁବନେଶ୍ୱର: ଲକଡାଉନ୍‌ ବଢ଼ିବା ପରେ ମୋ ବସ୍ ସେବାକୁ ମଧ୍ୟ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି। ଏ ନେଇ କ୍ୟାପିଟାଲ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ କ୍ରୁଟ୍ ପକ୍ଷରୁ ଟ୍ୱିଟ୍‌ କରି ସୂଚନା ଦିଆଯାଇଛି। ତେବେ ଟ୍ରେନରେ ଆସୁଥିବା ଯାତ୍ରୀଙ୍କ ପାଇଁ ମୋ ବସ୍ ସେବା ଉପଲବ୍ଧ ହେବ। ରେଲେଓ୍ୱ ଷ୍ଟେସନରୁ କଟକ ଓ ଖୋର୍ଦ୍ଧାକୁ ମୋ ବସ୍ ସେବା ପୂର୍ବ ଭଳି ଜାରି ରହିବ। ସେହିପରି ବିମାନ ବନ୍ଦରରୁ ରେଲେଓ୍ୱ ଷ୍ଟେସନ ପର୍ଯ୍ୟନ୍ତ ସଟଲ୍ ସର୍ଭିସ୍ ଜାରି ରହିବ ବୋଲି ନିଷ୍ପତ୍ତି ନିଆଯାଇଛି। ସେପଟେ, ଲଗାତାର ଭାବେ ରାଜ୍ୟରେ କିଛିଦିନ ହେବ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ହଜାର ଉପରେ ରହୁଛି। ଲକ୍‌ଡାଉନ୍‌ ଓ ସପ୍ତାହାନ୍ତ ସଟ୍‌ଡାଉନ୍‌ ସତ୍ତ୍ୱେ ମଧ୍ୟ ଦୈନିକ ସଂକ୍ରମଣ ୧୦ ହଜାର ତଳକୁ ଖସି ନଥିବା ଦେଖିବାକୁ ମିଳିଛି।

ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ଆଉ ୨ ସପ୍ତାହ ଯାଏ ଲକ୍‌ଡାଉନ୍‌ ଅବଧି ବଢ଼ାଇଛନ୍ତି ରାଜ୍ୟ ସରକାର। ପୂର୍ବରୁ ୧୯ ତାରିଖ ଯାଏ ଲକ୍‌ଡାଉନ୍‌ ଥିଲା। ଏବେ ଲକ୍‌ଡାଉନ୍‌ ଅବଧିକୁ ଜୁନ୍ ୧ ଯାଏ ରାଜ୍ୟ ସରକାର ବଢ଼ାଇଛନ୍ତି। ଏନେଇ ଗତକାଲି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଘୋଷଣା କରିଛନ୍ତି। ଏହାସହ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ସମୟ ସକାଳ ୭ଟାରୁ ୧୧ଟା ଯାଏ ରହିଛି। ଏଣିକି ଦୈନିକ ୬ ଘଣ୍ଟା ବଦଳରେ ୪ ଘଣ୍ଟାକୁ କମାଇ ଦିଆଯାଇଛି।

Leave a Reply

Your email address will not be published. Required fields are marked *