ରାଜ୍ୟ

ଗାଁ’ରେ କଙ୍ଗାରୁ କୋର୍ଟ, ପିଲା ଚୋରକୁ ପିଟିପିଟି ମାରିଦେଲେ ଗ୍ରାମବାସୀ

ମାଲକାନାଗିରି  : ଗାଁ’ରେ କଙ୍ଗାରୁ କୋର୍ଟ । ପିଲା ଚୋରି ଅଭିଯୋଗରେ ଜଣଙ୍କୁ ପିଟିପିଟି ମାରିଦେଲେ ଗ୍ରାମବାସୀ। ମାଲକାନଗିରି ସୀମାନ୍ତ ଛତିଶଗଡ କାଙ୍କେର ଜିଲ୍ଲାର କଙ୍ଗାରୁ କୋର୍ଟରେ ପିଟିପିଟି ହତ୍ୟା କରିଛନ୍ତି । ଏଥିରେ ସମ୍ପୃକ୍ତ ୪ଜଣଙ୍କୁ ଗିରଫ କରିଛି ପୋଲିସ। ଅଭିଯୋଗ ଅନୁଯାୟୀ ଗତ କିଛିଦିନ ତଳେ ସ୍ଥାନୀୟ ସରପଞ୍ଚଙ୍କ ପୁଅକୁ ଜଣେ ବ୍ୟକ୍ତି ଜୋର ଜବରଦସ୍ତ ନେବାକୁ ଚେଷ୍ଟା କରୁଥିଲା। ପିଲାଟି ପାଟି କରିବାରୁ ଗାଁଲୋକ ଆସି ବ୍ୟକ୍ତିଙ୍କୁ କାବୁ କରୁଥିଲେ । ପରେ ତାଙ୍କ ହାତ ଗୋଡ ବାନ୍ଧି ନିର୍ଦ୍ଧୁମ ପିଟିଥିଲେ ଗ୍ରାମବାସୀ। ଶେଷରେ ସେ ଗୁରୁତର ହେବାରୁ ମେଡିକାଲରେ ଭର୍ତ୍ତି କରାଯଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଘଟଣାର ପୁରା ଭିଡିଓ ଭାଇରାଲ ହେବା ପରେ ପୋଲିସ ୪ ଜଣଙ୍କୁ ଗିରଫ କରିଛି।

Leave a Reply

Your email address will not be published. Required fields are marked *