ରାଜ୍ୟ

ଜୁନ୍ ପ୍ରଥମ ସପ୍ତାହରେ କମିବ କୋଭିଡ୍ ସଂକ୍ରମଣ

ଭୁବନେଶ୍ୱର : ବର୍ତ୍ତମାନ ରାଜ୍ୟରେ କରୋନା ସଂକ୍ରମଣ ବଢ଼ିଚାଲିଛି । ତେବେ ରାଜ୍ୟର ବର୍ତ୍ତମାନର କୋଭିଡ୍ ସ୍ଥିତିକୁ ନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ନିରଜ ମିଶ୍ର । ସେ କହିଛନ୍ତି ଯେ, ତେବେ ଆଗାମୀ ୧୦ ଦିନ ରାଜ୍ୟବାସୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ଓଡ଼ିଶାରେ ସଂକ୍ରମଣ ଶୀର୍ଷଆଡ଼କୁ ମୁହାଁଉଛି, ଯାହାକି ପରବର୍ତ୍ତୀ ସମୟରେ ହ୍ରାସ ପାଇବ । ରାଜ୍ୟରେ ସଂକ୍ରମଣ ଏବେ ସମାନ୍ତରାଳ ସ୍ଥିତିରେ ରହିଛି । ତେଣୁ ୧୫ ଦିନ ପାଇଁ ସ୍ୱାସ୍ଥ୍ୟ ଭିତ୍ତିଭୂମି ପ୍ରସ୍ତୁତ ରଖିବାକୁ ପଡ଼ିବ । ଆସନ୍ତା ଜୁନ୍ ମାସ ପ୍ରଥମ ସପ୍ତାହରେ ରାଜ୍ୟରେ କୋଭିଡ୍ ସଂକ୍ରମଣ କମିବ । ରାଜ୍ୟରେ ସଂକ୍ରମଣ ହାର ୨୦ ପ୍ରତିଶତ ତଳକୁ ଖସିବା ରାଜ୍ୟବାସୀଙ୍କ ପାଇଁ ଏକ ବଡ଼ ଉପଲବ୍ଧି । ସରକାରଙ୍କ ‘ଗ୍ରାମାଞ୍ଚଳକୁ ଫୋକସ୍’ ନିଷ୍ପତ୍ତିକୁ ସେ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *