ରାଜ୍ୟ

ନକ୍ସଲଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣ; ଜଣେ ଯବାନ ମୃତ

ମାଲକାନଗିରି : ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାର ଆମ୍ବେଲି ଗ୍ରାମ ନିକଟରେ ନକ୍ସଲ ଦ୍ବାରା ଲ୍ୟାଣ୍ଡମାଇନ ବିସ୍ଫୋରଣ ହେବା ଫଳରେ ଜଣେ ଯବାନର ମୃତ୍ୟୁ ହୋଇଯାଇଥିବା ବେଳେ ଜଣେ ଆହତ ହୋଇଛନ୍ତି। ଏସପି କମଳଲୋଚନ କଶ୍ୟପଙ୍କ କହିବା ଅନୁଯାୟୀ ଆଜି ସକାଳେ ମାଓ ଦମନ ନେଇ ଡିଆରଜି ଯବାନ ଆମ୍ବେଲି ଜଂଗଲରେ ସର୍ଚ୍ଚ ଅପରେସନ କରୁଥିଲେ। ଏହା ପୂର୍ବରୁ ଯବାନ ଏଠାରେ ମାଓବାଦୀ କ୍ୟାମ୍ପ କରି ରହିଥିବା ନେଇ ସୂଚନା ପାଇଥିଲେ। ତେବେ ଏଠାକୁ ପୁଲିସ ପହଞ୍ଚିବ ଜାଣି ପୂର୍ବରୁ ଲ୍ୟାଣ୍ଡମାଇନ ଖଞ୍ଜିଥିଲେ। ନକ୍ସଲ ପୁଲିସ ଆସିବା ଜାଣିବା ପରେ ଲ୍ୟାଣ୍ଡମାଇନ ବିସ୍ଫୋରଣ କରିଥିଲା। ଯାହାଫଳରେ ଜଣେ ଯବାନ ମୃତ୍ୟୁବରଣ କରିଥିଲେ ଏବଂ ଆଉ ଜଣେ ଗୁରୁତର ହୋଇଥିଲେ। ମୃତ୍ୟୁବରଣ କରିଥିବା ଯବାନ ଜଣକ ହେଲେ ଥଲେନ୍ଦ୍ର କୁମାର ଏବଂ ଆହତ ଯବାନ ଜଣକ ହେଲେ ଅମର ଠାକୁର। ଆହତ ଯବାନଙ୍କୁ ତୁରନ୍ତ ବିଜାପୁର ମେଡିକାଲକୁ ପଠାଯାଇଥିବା ଏସପି କହିଛନ୍ତି। ତେବେ ଏହି ଅପରସେନକୁ ପୁଲିସ ଆହୁରି ଜୋରଦାର କରିଛି।

Leave a Reply

Your email address will not be published. Required fields are marked *