ଦେଶ- ବିଦେଶ

କମିପାରେ ସ୍ପୁଟନିକ୍ ଭି ର ମୂଲ୍ୟ, ଭାରତରେ ଏହି କମ୍ପାନୀ ବି ଉତ୍ପାଦନ କରିବ ଟିକା

ନୂଆଦିଲ୍ଲୀ : ବର୍ତ୍ତମାନ କରୋନା ଟିକାର ଅଭାବ ଖବର ମଧ୍ୟରେ ଏକ ଭଲ ଖବର ଆସିଛି। କରୋନା ମହାମାରୀ ବିରୋଧରେ ସବୁଠାରୁ ବଡ ଟିକାକରଣ ଅଭିଯାନରେ ଋଷିଆ ଟିକା ସ୍ପୁଟନିକ୍ ଭି ଏକ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ଯାଉଛି। ଆଉ ଟିକା ଉତ୍ପାଦନ ପାଇଁ ଶିଳ୍ପା ମେଡିକେୟାର, ଡକ୍ଟର ରେଡ୍ଡିସ୍ ଲାବୋରେଟୋରୀ ସହିତ ମଧ୍ୟ ବୁଝାମଣାପତ୍ର ସ୍ଵାକ୍ଷର କରିଛି |

ଫାର୍ମା କମ୍ପାନୀ ଶିଳ୍ପା ମେଡିକେୟାର ପକ୍ଷରୁ କୁହାଯାଇଛି ଯେ ଡକ୍ଟର ରେଡ୍ଡିସ୍ ଲାବୋରେଟୋରୀ ସହ ଋଷର ଟିକା ଉତ୍ପାଦନ କରିବ। ଏହା ଅଧୀନରେ ଗୋଟିଏ ବର୍ଷରେ ପ୍ରାୟ ୫ କୋଟି ଟିକା ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଶିଳ୍ପା ମେଡିକେୟାର ଅନୁଯାୟୀ ଡକ୍ଟର ରେଡ୍ଡିସ୍ ଲାବୋରେଟୋରୀ ସହିତ ୩ ବର୍ଷ ପାଇଁ ଚୁକ୍ତିନାମା ସ୍ଵାକ୍ଷର କରିଛି। । ଏହା ପରେ ଦେଶରେ ଟିକା ମୂଲ୍ୟ ଟିକେ କମ୍ ହୋଇପାରେ।

ଶିଳ୍ପା ମେଡିକେୟାର ଅନୁଯାୟୀ, ସେମାନେ ସ୍ପୁଟନିକ୍ ଭି ର ମୋଟ ୧୫ କୋଟି ଡୁଆଲ୍ ଡୋଜ ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏଥିରେ ଗୋଟିଏ ବର୍ଷରେ ପାଞ୍ଚ କୋଟି ଡୁଆଲ୍ ଡୋଜ ପ୍ରସ୍ତୁତ ହେବ। ୩ ବର୍ଷର ଚୁକ୍ତିନାମା ଅନୁଯାୟୀ ଏହି ସମୟ ମଧ୍ୟରେ ମୋଟ ୧୫ କୋଟି ଟିକା କମ୍ପାନୀର କର୍ଣ୍ଣାଟକର ଧରୱାଡରେ ଥିବା ବାୟୋଲୋଜିକ୍ସ (ଆର ଆଣ୍ଡ ଡି) ଏବଂ ଉତ୍ପାଦନ କେନ୍ଦ୍ରରେ ପ୍ରସ୍ତୁତ କରାଯିବ |

Leave a Reply

Your email address will not be published. Required fields are marked *