ରାଜନୀତିରାଜ୍ୟ

ପୁଣି ସ୍ଥଗିତ ହେଲା ପିପିଲି ଉପନିର୍ବାଚନ

ପିପିଲି : ପୁଣି ସ୍ଥଗିତ ରହିଲା ପିପିଲି ଉପନିର୍ବାଚନ । କରୋନା ସଂକ୍ରମଣକୁ ନଜରରେ ରଖି ନିର୍ବାଚନକୁ ସ୍ଥଗିତ ରଖାଯାଇଥିବା ସୂଚନା ମିଳିଛି । ତେବେ ନିର୍ବାଚନ ସ୍ଥଗିତ ହେବା ନେଇ ଭାରତୀୟ ନିର୍ବାଚନ କମିଶନ ସୂଚନା ଦେଇଛନ୍ତି । ଆଗାମୀ ୧୬ ତାରିଖରେ ନିର୍ବାଚନ ହେବାକୁ ଥିଲା ପିପିଲିରେ । କେବଳ ଏତିକି ନୁହେଁ ଆଜି ମଧ୍ୟ ବାଲାଟ୍ ପେପରରେ ନିର୍ବାଚନ ଆରମ୍ଭ ହୋଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ କେବେ ନିର୍ବାଚନ ହେବ ସେନେଇ କୌଣସି ସୂଚନା ମିଳିନାହିଁ ।

ପିପିଲି ଉପନିର୍ବାଚନ ଆସନ୍ତା ମେ’ ୧୩ରେ ମତଦାନ ହେବାର ଥିଲା ଏବଂ ୧୬ରେ ଭୋଟ ଗଣତି ହୋଇଥାଆନ୍ତା । ହେଲେ ଉପନିର୍ବାଚନର ଠିକ ୪ଦିନ ପୂର୍ବରୁ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ କରୋନାରେ ଆକ୍ରାନ୍ତ ହୋଇ ଅକାଳ ମୃତ୍ୟୁ ବରଣ କରିବାରୁ ସ୍ଥଗିତ ରହିଥିଲା । ଗତ କିଛଇ ଦିନ ତଳେ ରାଜ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ମେ’ ୧୩ରେ ଉପନିର୍ବାଚନ ହେବ ବୋଲି ସୂଚନା ଦେଇଥିଲେ । ଉପନିର୍ବାଚନ ପାଇଁ ସାନି ବିଜ୍ଞପ୍ତି ଅନୁଯାୟୀ ଆସନ୍ତା ମେ’ ୧୩ ତାରିଖରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥାଆନ୍ତା । ଏହି କ୍ରମରେ ଚଳିତ ଏପ୍ରିଲ ୨୬ ରେ ନାମାଙ୍କନ ଦାଖଲ , ୨୭ରେ ପ୍ରାର୍ଥୀପତ୍ର ଯାଞ୍ଚ ଓ ୨୯ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ଦିନ ଧାର୍ଯ୍ୟ ହୋଇଥିବା ବେଳେ ମେ’ ୧୮ ତାରିଖ ସୁଦ୍ଧା ସମସ୍ତ ନିର୍ବାଚନ ପ୍ରକ୍ରିୟା ଶେଷ ହେବ ବୋଲି ପ୍ରକାଶ ପାଇଥିଲା ।

Leave a Reply

Your email address will not be published. Required fields are marked *