ରାଜ୍ୟ

ଦିନ ୨ରୁ ସବୁ ଦୋକାନ ବନ୍ଦ

ଭୁବନେଶ୍ୱର : ମେ ୩ରୁ ୧୫ ତାରିଖ ଯାଏଁ ସାରା ରାଜ୍ୟରେ ଦିନ ୨ଟାରୁ ହେବ ଦୋକାନ ବନ୍ଦ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ବ୍ୟବସାୟୀ ମହାସଂଘ ନିଷ୍ପତି ନେଇଛନ୍ତି । ମହାସଂଘ ତରଫରୁ ଏନେଇ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଛି । ପୁର୍ବରୁ ଏହା କେବଳ କଟକ ରେ ଲାଗୁ ହୋଇଥିଲା । କିନ୍ତୁ ଏବେ ଏହା ସମ୍ପୂର୍ଣ୍ଣ ଓଡିଶାରେ ଲାଗୁ କରିବା ନେଇ ରାଜ୍ୟ ବ୍ୟବସାୟୀ ସଂଘ ନିଷ୍ପତି ନେଇଛି । ଏନେଇ ଆଜି ରାଜ୍ୟ ବ୍ୟବସାୟୀ ସଂଘର ସମ୍ପାଦକ ସୁଧାକର ପଣ୍ଡା ସୁଚନା ଦେଇଛନ୍ତି ।

ରାଜ୍ୟ ବ୍ୟବସାୟୀ ସଂଘର ସମ୍ପାଦନ ସୁଧାକର ପଣ୍ଡା ସୁଚନା ଦେଇ କହିଛନ୍ତି ଯେ, ଦିନ ୨ଟା ପରେ ଦୋକାନ ବନ୍ଦ ରହିବ । କିନ୍ତୁ ଏହି ସମୟରେ ମାଲ୍ ପରିବହନ, ଲୋଡିଂ, ଅନଲୋଡିଂ ଆଦି କାର୍ଯ୍ୟ ଚିରାଚରିତ ଭାବେ ଜାରି ରହିବ । ଏହାଦ୍ୱାରା ଲୋକ ମାନେ ଦୋକାନ ମାନଙ୍କରେ ଭିଡ କରିବେ ନାହିଁ ଏବଂ ଘରୁ ଅଯଥାରେ ବାହାରିବେ ନାହିଁ । ଯାହା ଫଳରେ ସଂକ୍ରମଣକୁ ଆମେ ଅଧିକ ମାତ୍ରାରେ କମ୍ କରିପାରିବା ।

Leave a Reply

Your email address will not be published. Required fields are marked *