ଅପରାଧରାଜ୍ୟ

ଏକତରଫା ପ୍ରେମ ପାଇଁ ବଳି ପଡିଲେ ଯୁବତୀଙ୍କ ମା’

ଯାଜପରୁ  : ପ୍ରେମ ଭଗବାନଙ୍କର ସୃିଷ୍ଟର ଏକ ସୁନ୍ଦର ସଂଯୋଜନା । ଏହି ଭଲପାଇବା ପାଇଁ ଆମେ ସମସ୍ତେ ସମସ୍ତଙ୍କ ସହ ଜଡିତ ହୋଇ ରହିଛନ୍ତି । ପ୍ରେମ ଯଦି ଦୁଇ ଜଣଙ୍କ ମଧ୍ୟରେ ଥାଏ ତାହାଲେ ତାକୁ ଗ୍ରହଣ କରିବା ସହଜ ହୁଏ । ହେଲେ ସେହି ପ୍ରେମ ଯଦି ଏକତରଫା ହୋଇଥାଏ ନା ସେ ବଞ୍ଚିବାକୁ ଦିଏ ନା ମରିବାକୁ ଦିଏ । କେବଳ ନିଜ ଭିତରେ ଜଳି ଜଳି ମରିବାକୁ ହୁଏ । ଏହି ଏକତରଫା ଭଲପାଇବା ମଣିଷକୁ କେତେବେଳେ ଯେ ସଇତାନ ବନାଇ ଦିଏ ତାହା ବି ଜାଣି ହୁଏ ନାହିଁ । ଏଭଳି ଏକ ଏକତରଫା ଭଲପାଇବରେ ବିଫଳ ହୋଇ ଜଣେ ପ୍ରେମିକ ତାର ପ୍ରେମିକାର ମା’ କୁ ତଣ୍ଟି ଚିପି ହତ୍ୟା କରିଛି । ମୃତକ ଜଣକ ହେଲେ ହାରାମଣି ନାୟକ । ଏହି ଘଟଣାଟି ହରିଚନ୍ଦନପୁର ପଣ୍ଡାପଡା ଥାନା ଆଙ୍କଲପଡା ଗାଁରେ ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ,  ଅଭିଯୁକ୍ତ ପଞ୍ଚାନନ ନାୟକ ସେହି ଗାଁର ସ୍ୱର୍ଗତ ହାରାମଣୀ ନାୟକଙ୍କ ଝିଅଙ୍କୁ ଏକତରଫା ଭଲପାଉଥିଲେ । ଗତ ସପ୍ତାହରେ ଯୁବତୀ ଜଣଙ୍କର ଯାଜପରୁ ଜିଲ୍ଲା ହଳଦିଆପଦାର ଜଣେ ଯୁବକଙ୍କ ସହ ବିବାହ ହୋଇଥିଲା । ଏନେଇ ଏକତରଫା ଭଲପାଉଥିବା ପ୍ରେମିକ ପଞ୍ଚାନନ ରାଗି ଯାଇଥିଲେ । ଯୁବତୀଙ୍କ ମା’ ହାରାମଣି ନାୟକ ଘରେ ଏକୁଟିଆ ଥିବା ଅବସ୍ଥାରେ ପ୍ରେମିକ ଗତ ଗୁରୁବାର ଦିନ ତାଙ୍କୁ ମାଡ ମାରିଥିଲେ । ମାଡ ମାରିବା ଘଟଣା ପ୍ରଘଟ ହୋଇଯିବା ଡରରେ ହାରାମଣିଙ୍କ ତଣ୍ଟିଚିପି ହତ୍ୟା କରିଥିଲେ ପଞ୍ଚାନନ । ହାରାମଣିଙ୍କ ପୁଅ ନିଳାଦ୍ରୀ ଘରକୁ ଫେରି ଦେଖନ୍ତି କି ତାଙ୍କ ମା’ଙ୍କର ମୃତ୍ୟୁ ହୋଇଛି । ଏନେଇ ନିଳାଦ୍ରୀ ପଣ୍ଡାପଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହାପରେ ପୋଲିସ୍ ଅଭିଯୁକ୍ତ ପ୍ରେମିକ ପଞ୍ଚାନନ ନାୟକଙ୍କୁ ଗିରଫ କରିଛି । 

Leave a Reply

Your email address will not be published. Required fields are marked *