ରାଜ୍ୟ

କଣ୍ଟା ସାଜିଲା କରୋନା; ମଲା ପରେ ମା’ଙ୍କୁ ମୁଖାଗ୍ନି ଦେଲାନି ପୁଅ

ସମ୍ବଲପୁର: କରୋନା ମା’-ପୁଅଙ୍କ ମଧ୍ୟରେ ସାଜିଥିଲା କଣ୍ଟା । ସମ୍ପର୍କରେ ଠିଆ କରିଦେଲା ପାଚେରୀ। ଯେଉଁ ପୁଅକୁ କୋଳେଇକାଖେଇ ମା’ ମଣିଷ କରିଥିଲା, ଯାହାର ରୋଗ ଟିକିଏ ହେଲେ ରାତି ଉଜାଗର ରହି ଜଗି ବସୁଥିଲା ସେଇ ମା’ ଆଜି କରୋନା ପାଇଁ ଅସ୍ପୃଶ୍ୟ ହୋଇଗଲା। ରୋଗ ବ୍ୟାପିବା ଭୟରେ ମା’କୁ ପର କରିଦେଲା ପୁଅ। ଏପରିକି  ଜୀବନର ଶେଷ ଯାତ୍ରାରେ କାନ୍ଧ ଦେବାକୁ ବି ମନା କରିଦେଲା। ଏପରି ଏକ ଅମାନବୀୟ ଘଟଣା ଘଟିଛି ସମ୍ବଲପୁର ଚିପିଲିମାରେ। ସ୍ଥାନୀୟ ଅଞ୍ଚଳର ଜଣେ ମହିଳାଙ୍କର ଜ୍ୱର ହୋଇଥିଲା। କିଛି ଦିନ ପରେ ତାଙ୍କର ମୃତ୍ୟୁ ଘଟିଥିଲା। ମହିଳାଙ୍କୁ କରୋନା ହୋଇଥିବା ସନ୍ଦେହ କରି ଦୂରେଇ ଯାଇଥିଲେ ବଡ ପୁଅ। ଏପରିକି ମୃତ୍ୟୁ ପରେ ବି ମୁହଁ ଫେରାଇ ଚାହିଁଲେନି। ଚିପିଲିମା ଅଞ୍ଚଳର ଏହି ମହିଳାଙ୍କର ୩/୪ ଦିନ ପୂର୍ବରୁ ଜ୍ୱର ହୋଇଥିଲା। କିଛି ଦିନ ପରେ ତାଙ୍କର ମୃତ୍ୟୁ ଘଟିଥିଲା। କରୋନା ସନ୍ଦେହ କରି ବଡପୁଅ ମା’ଙ୍କୁ ଚାହିଁଲେନି। ଏପରିକି ମୃତ୍ୟୁ ପରେ ମା’କୁ କାନ୍ଧ ବି ଦେଲେନି। ପୁଅର ଏପରି ଭାବ ଦେଖି ପଡ଼ୋଶୀ ବି ପାଖକୁ ଆସିଲେନି। ଶେଷରେ ମା’କୁ ଶେଷଯାତ୍ରା ପାଇଁ ମିଳିଲାନି ୪ କାନ୍ଧ।  କିଛି ଉପାୟ ନ ପାଇ ମା’ଙ୍କ  ସତ୍କାର ପାଇଁ ସାନ ପୁଅ ସ୍ୱେଚ୍ଛାସେବୀଙ୍କ ସହାୟତା ନେଇଥିଲେ। ଏକ ଟ୍ରଲିରେ ମୃତଦେହକୁ ନେଇ ଶଶ୍ମାନ ଯାଏ ଯାଇଥିଲେ ସାନପୁଅ। ଶେଷରେ ସ୍ୱେଚ୍ଛାସେବୀଙ୍କ ସହ ମିଶି ଅନ୍ତିମ ସତ୍କାର କରିଥିଲେ।

Leave a Reply

Your email address will not be published. Required fields are marked *