ଦେଶ- ବିଦେଶ

ଆଉ ଏକ କରୋନା ଔଷଧ ଭିରାଫିନ୍‌କୁ ମିଳିଲା ମଂଜୁରୀ

ନୂଆଦିଲ୍ଲୀ: ଆଉ ଏକ କରୋନା ଔଷଧ ଭିରାଫିନ୍‌କୁ ମିଳିଲା ମଂଜୁରୀ। ଜରୁରୀକାଳୀନ ବ୍ୟବହାର ପାଇଁ ମଂଜୁରୀ ଦେଲା DGCI। ଜାଏଡସ୍ କାଡିଲା ଦ୍ୱାରା ପ୍ରସ୍ତୁତ ହେଉଛି ଔଷଧ ଭିରାଫିନ୍। ତେବେ ଦେଶରେ କରୋନା ହୁ ହୁ ହୋଇ ବଢୁଥିବାରୁ ସ୍ଥିତି ଏକ ପ୍ରକାର ସଙ୍ଗୀନ ହୋଇଛି। ଏବେ ଫାଭିପିରାଭିର୍, ରେମଡେସିଭିର୍ ବ୍ୟବହାର କରାଯାଉଛି ଆଉ ଆଜି ଭିରାଫିନ୍‌କୁ ମଂଜୁରୀ ମିଳିଛି। ତେବେ ଦୈନିକ କରୋନା ସଂକ୍ରମଣ ରେକର୍ଡ ପରେ ରେକର୍ଡ କରିବାରେ ଲାଗିଛି। ଯାହାକୁ ନେଇ ଚିନ୍ତା ବଢିଛି। ଆଜି୨୪ ଘଣ୍ଟାରେ ୩ ଲକ୍ଷ ୩୨ ହଜାର ୭୩୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଆଜି ଦିନକରେ ୨୨୬୩ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। 

ଆଜିର ସଂଖ୍ୟାକୁ ମିଶାଇଲେ ଦେଶରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୬୨ ଲକ୍ଷ ୬୩ ହଜାର ୬୯୫କୁ ବୃଦ୍ଧି ପାଇଛି। ସେହିଭଳି ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୮୬ ହଜାର ୯୨୦କୁ ବୃଦ୍ଧି ପାଇଛି। ଦେଶରେ ଆକ୍ଟିଭ  କେସ୍ ସଂଖ୍ୟା ୨୪ ଲକ୍ଷ ୨୮ ହଜାର ୬୧୬ରେ ପହଞ୍ଚିଛି। ଏବେ ଯାଏଁ ଦେଶରେ ସୁସ୍ଥ ହୋଇଛନ୍ତି ୧ କୋଟି ୩୬ ଲକ୍ଷ ୪୮ ହଜାର ୧୫୯। ଆଜି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି।

ସେପଟେ ହସ୍ପିଟାଲରେ ଅକ୍ସିଜେନ୍‌ର ଅଭାବ ବିଷୟରେ କହିବା ବେଳେ କାନ୍ଦି ପକାଇଛନ୍ତି। ସେ କହିଛନ୍ତି ଯେ, ସ୍ଥିତି ବହୁତ ସଙ୍ଗୀନ। ଆମ ପାଖରେ ଅକ୍ସିଜେନ୍ ବହୁତ କମ ରହିଛି। ଆମ ପାଖରେ ୨ ଘଣ୍ଟାର ଅକ୍ସିଜେନ ବଞ୍ଚିଛି। ଯଦି ଅକ୍ସିଜେନ୍ ନମିଳେ ତେବେ ରୋଗୀଙ୍କୁ ବଞ୍ଚାଇ ପାରିବୁ ନାହିଁ ବୋଲି ଏକ ଘରୋଇ ହସ୍ପିଟାଲର ସିଇଓ କୋହଭରା କଣ୍ଠରେ କହିଛନ୍ତି।

Leave a Reply

Your email address will not be published. Required fields are marked *