ରାଜନୀତିରାଜ୍ୟ

ମେ’ ୧୩ ସନ୍ଧ୍ୟାରୁ ପିପିଲିରେ ପ୍ରଚାର ବନ୍ଦ

ଭୁବନେଶ୍ୱର : ମେ’ ୧୩ ତାରିଖ ସନ୍ଧ୍ୟାରୁ ପିପିଲିରେ ପ୍ରଚାର ବନ୍ଦ । ପୂର୍ବରୁ ୪୮ ଘଣ୍ଟା ବନ୍ଦ ପରିବର୍ତ୍ତେ ଏବେ ୭୨ ଘଣ୍ଟା ପୂର୍ବରୁ ପ୍ରଚାର ବନ୍ଦ ନେଇ ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହନୀ । କରୋନା ସଂକ୍ରମଣ ନେଇ ନିର୍ବାଚନ କମିଶନର ଗାଇଡଲାଇନ୍ କରିଛନ୍ତି । ରାଜନୈତିକ ସଭା ଓ ସମାବେଶକୁ ବାରଣ କରାଯାଇଛି। ରାଜନୈତିକ ଦଳମାନେ ଭର୍ଚୁଆଲ ପ୍ରଚାର କରି ପାରିବେ ବୋଲି କହିଛନ୍ତି ନିର୍ବାଚନ ଅଧିକାରୀ । ଘରକୁ ଘର ବୁଲି ପ୍ରଚାର କାର୍ଯ୍ୟରେ ସର୍ବାଧିକ ୫ ଜଣଙ୍କୁ ଅନୁମତି ଦିଆଯିବ।

ଭୋଟ ଗ୍ରହଣ କେନ୍ଦ୍ରରେ ସମସ୍ତଙ୍କ ଶରୀରର ତାପମାତ୍ରା ଯାଞ୍ଚ କରାଯିବ । ଲକ୍ଷଣ ଦେଖିଲେ ଟୋକନ ଦିଆଯିବ ଏବଂ ସନ୍ଧ୍ୟା ୫ ଟା ପରେ ସେମାନେ ଭୋଟ ଦେଇପାରିବେ । ସବୁ ଭୋଟରଙ୍କୁ ଭୋଟ ଦେବା ପାଇଁ ଗୋଟିଏ ଲେଖାଏଁ ଗ୍ଲୋବସ୍ ମିଳିବ । ସୂଚନା ଅନୁସାରେ ମେ’ ୧୩ ରେ ନିର୍ବଚନ ହେବକୁ ଥିବାବେଳେ ଏହା ମେ’ ୧୬ ତାରିଖକୁ ଘୁଞ୍ଚାଯାଇଛି । ସେହିପରି ମେ’ ୧୯ରେ ଏହାର ଫଳାଫଳ ଘୋଷଣା କରାଯିବ । ୧୩ ତାରଖରେ ଇଦି ପଡୁଥିବାରୁ ନିର୍ବାଚନ ଘୁଞ୍ଚାଯାଇଛି ।

Leave a Reply

Your email address will not be published. Required fields are marked *