ମହାନଗରରାଜ୍ୟ

୫ ଭାଲୁ ଛୁଆ ଉଦ୍ଧାର, ରାଜ୍ୟ ବାହାରକୁ ଚୋରା ଚାଲାଣ ସନ୍ଦେହ

ଖୋର୍ଦ୍ଧା : ଖୋର୍ଦ୍ଧା ଉପକଣ୍ଠ ୧୬ନଂ ଜାତୀୟ ରାଜପଥରୁ ବାରଙ୍ଗ ଯିବା ରାସ୍ତାର ପିତାପଲ୍ଲି ଛକ ନିକଟ ଭୁଆସୁଣୀ ମନ୍ଦିର ନିକଟରୁ ଏକ ଯନ୍ତା ସହିତ ୫ଟି ଭାଲୁଛୁଆ ଉଦ୍ଧାର ହୋଇଥିବାର ଜଣାପଡିଛି । କେଉଁ ପରିସ୍ଥିତିରେ କେଉଁ ଉଦ୍ଦେଶ୍ୟରେ , କେଉଁଠୁ ଅଣାଯାଇଛି ଏବଂ କିଏ ଏଠାରେ ଆଣି ଛାଡିଲା ତାହା ବର୍ତମାନ ତଦନ୍ତ ପରିଶର ଭୁକ୍ତ ହୋଇଛି। ଅନ୍ୟ ପକ୍ଷେ ସ୍ଥାନିୟ ଅଚଂଳରେ ନାନା କଳ୍ପନା ଜଳ୍ପନା ପ୍ରକାଶ ପାଇଛି । ଭାଲୁ ଛୁଆ ଗୁଡିକୁ ରାଜ୍ୟ ବାହାରକୁ ଚେରାରେ ଚାଲଣ କରାଯିବା ଉଦ୍ଦେଶ୍ୟରେ ଅଣାଯାଇଥିବାର ସନ୍ଦେହ ପ୍ରକାଶ ପାଇଛି । ଯନ୍ତା ସହିତ ଭାଲୁ ଛୁଆ ଉଦ୍ଧାର ଘଟଣାକୁ ନେଇ ଆନ୍ତଃ ରାଜ୍ୟ ଚୋରା ଚାଲଣ ର‌୍ୟାକେଟ ସମ୍ପୃକ୍ତ ଥିବାର ଏକ ବଡ ପ୍ରଶ୍ନ ବର୍ତମାନ ସୃଷ୍ଟି ହୋଇଛି । ଅନ୍ୟ ପକ୍ଷେ ଧରପଗଡ କଡା କଡି ଥିବାରୁ ପୁଲିସ ହାବୁଡରେ ପଡିଯିବା ଭୟରେ ଏଭଳି ଏକ ନିକାଚଂନିଆ ସ୍ଥାନରେ ଚେରା ଚାଲଣକାରୀ ମାନେ ଛାଡି ଚାଲିଯାଇଥିବାର ପୁଲିସ ଏବଂ ବନ ବିଭାଗ ଉଭୟ ପ୍ରାଥମିକ ଅନୁସଦ୍ଧାନରୁ ସନ୍ଦେହ ପ୍ରକଟ କରିଛନ୍ତି । ସୂଚନା ମୁତାବକ ଉପରୋକ୍ତ ସ୍ଥାନରେ ଏକ ଯନ୍ତା ଭିତରେ ଦୁଇଟି ଏବଂ ବାହାରେ ତିନଟି ଭାଲୁ ଛୁଆ ବୁଲୁଥିବାର ଦେଖି ସ୍ଥାନିୟ ଲୋକ ଯାଁଳା ପୁଲିସକୁ ଖବର ଦେଇଥିଲେ ।

ପରେ ପୁଲିସ ଠାରୁ ଖବର ପାଇ ବନ ବିଭାଗର ହଳଦିଆ ରେଞ୍ଜର ଚାରି ଜଣ କର୍ମଚାରୀ ଥିବା ଏକ ସ୍ୱତନ୍ତ୍ର ଟିମ ଏବଂ ପୁଲିସ ଘଟଣା ସ୍ଥଳରେ ପହଚିଂ ଭାଲୁ ଛୁଆ ଗୁଡିକୁ ଉଦ୍ଧାର ଥିଲେ । ବନ ବିଭାଗ କର୍ମଚାରୀ ମାନେ ନିଜ ହେପାଜତରେ ଭାଲୁ ଛୁଆ ଗୁଡିକୁ ଯନ୍ତା ସହିତ ହଳଦିଆ ରେଞ୍ଜ କାର୍ଯ୍ୟାଳୟକୁ ଆଣିଥିଲେ । ସେଠାରେ ଭୋକିଲା ଥିବା ଭାଲୁ ଛୁଆଙ୍କୁ ଖାଦ୍ୟ ଖାଇବାକୁ ଦିଆଯାଥିଲା । ଉଦ୍ଧାର ହୋଇଥିବା ଭାଲୁ ଛୁଆ ବଣଭାଲୁ ପ୍ରଜାତିର ହୋଇଥିବା ବେଳେ ବିଗତ ୧୦ବର୍ଷ ଭିତରେ ଏହି ପ୍ରଜାତିର ଭାଲୁ ସ୍ଥାନିୟ ଅଚଂଳରେ ଦେଖିବାକୁ ମିଳି ନଥିବାର ବନ ବିଭାଗ କର୍ମଚାରୀ ମାନେ କହିଛନ୍ତି ।ଏମାନେ ସାଧାରଣତଃ ନୟାଗଡ ଏବଂ ଗଞ୍ଜାମ ଜିଲ୍ଲା ଅଚଂଳରେ ଥିବା ଜଙ୍ଗଲରେ ପ୍ରାୟ ଦେଖାଯାନ୍ତି । ଏମାନଙ୍କୁ ବିକ୍ରୀ କରିବା ଉଦ୍ଦେଶ୍ୟରେ ନୟାଗଡ କିମ୍ବା ଗଞ୍ଜାମ ଅଚଂଳରୁ କେହି ଆଣି ଥିବାର ବନ ବିଭାଗ କହିଛି । ଉଦ୍ଧାର ଭାଲୁ ଛୁଆ ଗୁଡିକର ବୟସ ୪ରୁ ୫ମାସ ମଧ୍ୟରେ ହେବ ବୋଲି ବନ ବିଭାଗ ସୁତ୍ରରୁ ପ୍ରକାଶ । ବନ୍ୟ ପ୍ରାଣୀ ବିଭାଗର ଚନ୍ଦକା ଡିଏଫଓଙ୍କ କାର୍ଯ୍ୟାଳୟରେ ସ୍ୱାସ୍ଥ୍ୟ ପରୀକ୍ଷା ପରେ ନନ୍ଦନ କାନନ ପ୍ରାଣି ଉଦ୍ୟାନରେ ସୁରକ୍ଷିତ ଭାବେ ଛାଡି ଦିଆଯିବ ବୋଲି ହଳଦିଆ ରେଞ୍ଜ କାର୍ଯ୍ୟାଳୟ ସୁତ୍ରରୁ ପ୍ରକାଶ ।

Leave a Reply

Your email address will not be published. Required fields are marked *