ରାଜ୍ୟ

ପଶ୍ଚିମବଙ୍ଗରୁ ଫେରିଲେ ୧୪ ଦିନ କ୍ୱାରେଣ୍ଟିନ୍ ବାଧ୍ୟତାମୂଳକ

ଭୁବନେଶ୍ୱର: କରୋନା କଟକଣା ନେଇ ମୁଖ୍ୟ ଶାସନ ସଚିବ ଘୋଷଣା କରିଛନ୍ତି। ପଶ୍ଚିମବଙ୍ଗରୁ ଯେକେହି ଆସିଲେ ୧୪ ଦିନ କ୍ୱାରେଣ୍ଟିନ ରହିବେ। ପ.ବଙ୍ଗରେ କରୋନା ଉଗ୍ର ରୂପ ନେଇଥିବାରୁ ସରକାର କଟକଣା ଜାରି କରିଛନ୍ତି। ପଶ୍ଚିମବଙ୍ଗ ସହ ଲାଗିଥିବା ସବୁ ରାସ୍ତାରେ ଚେକିଂ କଡ଼ାକଡ଼ି ହେବ। ଚେକିଂ କଡ଼ାକଡ଼ି କରିବାକୁ ବାଲେଶ୍ୱର, ମୟୂରଭଂଜ ଏସ୍ପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପଶ୍ଚିମବଙ୍ଗରୁ ଆସୁଥିବା ସମସ୍ତ ଲୋକଙ୍କୁ ଚେକିଂ କରାଯିବ। ନେଗେଟିଭ ରିପୋର୍ଟ, ଟିକା ୨ ଡୋଜ୍ ନେଇନଥିଲେ କ୍ୱାରେଣ୍ଟିନରେ ରହିବେ। କ୍ଲଷ୍ଟର ସେଣ୍ଟରରେ ରହିବେ ବା ପେଡ୍ କ୍ୱାରେଣ୍ଟିନରେ ରହିପାରିବେ।

Leave a Reply

Your email address will not be published. Required fields are marked *