ବାଣିଜ୍ୟ

ମନକୁ ମନ ୟୁଜରଙ୍କୁ ବ୍ୟାନ୍ କରୁଛି ହ୍ୱାଟ୍ସଆପ

ନୂଆଦିଲ୍ଲୀ: ହ୍ୱାଟ୍ସଆପ୍ କିମ୍ବା ମେସେଜ୍ ପଢୁଥିବା ବେଳେ ଅନେକ ସମୟରେ ଏହା ଲଗ୍ ଆଉଟ୍ ହୋଇଯାଉଥିବା ନେଇ ସୋସିଆଲ ମିଡିଆରେ ଅନେକ ଉପଭୋକ୍ତା ଅଭିଯୋଗ କରିଛନ୍ତି । ଏହାଛଡା କିଛି ଉପଭୋକ୍ତା ଆପ ବ୍ୟାନ୍ ହେବା ନେଇ ମଧ୍ୟ ଅଭିଯୋଗ କରିଛନ୍ତି। ଏକ୍ସପର୍ଟଙ୍କ କହିବାନୁଯାୟୀ ହୁଏତ ୟୁଜର୍ସ ମାନେ ହ୍ୱାଟ୍ସଆପର କିଛି ନୀତି ଭଙ୍ଗ କରିଛନ୍ତି| ଯଦି ଆପଣ ମଧ୍ୟ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତେବେ ସମସ୍ୟା ସମ୍ପର୍କରେ କମ୍ପାନୀକୁ ମେଲ୍ କରିପାରିବେ । ହ୍ୱାଟ୍ସଆପ୍ ନୀତି ଅନୁଯାୟୀ ସନ୍ଦେହଜନକ କାର୍ଯ୍ୟକଳାପ ଯୋଗୁଁ ଆପଣଙ୍କ ଆକାଉଣ୍ଟକୁ ବ୍ୟାନ୍ କରାଯାଇପାରିବ। ଏହି କାର୍ଯ୍ୟକଳାପରେ ବଲ୍କରେ ମେସେଜ୍ ପଠାଇବା କିମ୍ବା ଅଟୋମେଟେଡ୍ ମେସେଜ୍ ସେଟ୍ କରି ମେସେଜ୍ ପଠାଇଲେ ଆପଣଙ୍କ ଆକାଉଣ୍ଟକୁ ହ୍ୱାଟ୍ସଆପ୍ ବ୍ୟାନ୍ କରିଥାଏ । କାରଣ ହ୍ୱାଟ୍ସଆପ୍ ୟୁଜର୍ସଙ୍କ ପାଇଁ ଏକ ଲିମିଟ୍  ସ୍ଥିର କରିଛି। ତେବେ ହ୍ୱାଟ୍ସଆପ୍ ପକ୍ଷରୁ ୟୁଜର୍ସଙ୍କୁ ନଜଣାଇ ଆକାଉଣ୍ଟ ବନ୍ଦ କରାଯାଇନଥାଏ। ଯଦି ଆପଣଙ୍କ ଆକାଉଣ୍ଟ ଭୁଲବଶତଃ ବନ୍ଦ ହେଇଯାଉଛି ତାହେଲେ ଆପଣ ହ୍ୱାଟ୍ସଆପ୍ ସ୍ପୋର୍ଟକୁ ମେଲ୍ ପଠାଇ ଅସୁବିଧା ସମ୍ପର୍କରେ ଜଣାଇପାରିବେ ।

Leave a Reply

Your email address will not be published. Required fields are marked *