ମନୋରଞ୍ଜନ

ଏ ବର୍ଷ ବି ପ୍ରସାରଣ ହେବ ‘ରାମାୟଣ’

ନୂଆଦିଲ୍ଲୀ :  କରୋନାର ଦ୍ବିତୀୟ ଲହରରେ ଆକ୍ରାନ୍ତ ସଂଖ୍ୟା ଦ୍ରୁତ ଗତିରେ ବଢ଼ୁଥିବାରୁ ଏହା ଉପରେ ରୋକ୍‌ ଲଗାଇବା ପାଇଁ ବିଭିନ୍ନ ରାଜ୍ୟରେ ଲକ୍‌ଡାଉନ୍‌ ଭଳି ସ୍ଥିତି ଉତ୍ପନ୍ନ ହେଲାଣି। ତେଣୁ ଏହାକୁ ଦୃଷ୍ଟିରେ ରଖି ବର୍ଷ ୨୦୨୦ ଭଳି ଚଳିତ ବର୍ଷ ବି ଛୋଟ ପରଦାରେ ରାମାନନ୍ଦ ସାଗରଙ୍କ ‘ରାମାୟଣ’ ଦେଖିବାକୁ ମିଳିବ। ପ୍ରତି ସଂଧ୍ୟା ୭ଟାରେ ଷ୍ଟାର୍‌ ଭାରତ ଚ୍ୟାନେଲରେ ଦର୍ଶକ ଏହି ପୌରାଣିକ କଥାବସ୍ତୁକୁ ଉପଭୋଗ କରିପାରିବେ। ତେବ‌େ ଲଗାତାର ଦୁଇ ବର୍ଷ ଧରି ‘ରାମାୟଣ’ ପ୍ରସାରଣ ହେଉଥିବାରୁ ସୀତା ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ ଦୀପିକା ଚିଖଲିୟା ଖୁସି ବ୍ୟକ୍ତ କରିଛନ୍ତି। ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ସେ ରାମାୟଣର ସୀତାଙ୍କ ଫଟୋ ପୋଷ୍ଟ କରି ନିଜର ଖୁସି ଜାହିର କରିଛନ୍ତି। ସେଥିରେ ସେ ଉଲ୍ଲେଖ କରିଛନ୍ତି ଯେ ବହୁତ ଖୁସି ଲାଗୁଛି ଯେ ଏବର୍ଷ ବି ଛୋଟ ପରଦାରେ ଦର୍ଶ‌କେ ରାମାୟଣ ଦେଖିବାକୁ ପାଇବେ। ଗତବର୍ଷ ବି ଏହା ପ୍ରସାରଣ ହୋଇଥିଲା। ଲାଗୁଛି ଯେମିତି ଇତିହାସ ନିଜକୁ ଦୋହରାଉଛି। ଏହି ଧାରାବାହିକ କେବଳ ମୋର ନୁହେଁ, ଅନେକ ଭାରତୀୟ ପରିବାରଙ୍କ ଜୀବନର ବଡ଼ ଅଙ୍ଗ। ତେଣୁ ସମସ୍ତେ ସପରିବାରେ ରାମାୟଣ ଦେଖିବାକୁ ସେ ନିବେଦନ କରିଛନ୍ତି।

Leave a Reply

Your email address will not be published. Required fields are marked *