ମହାନଗର

ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ରେକର୍ଡ ସଂଖ୍ୟକ ୭୮୧୮ ୟୁନିଟ୍ ରକ୍ତ ସଂଗ୍ରହ

ଭୁବନେଶ୍ୱର :  ବିଜୁ ଛାତ୍ର ଜନତା ଦଳ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଉଦ୍ଦେଶ୍ୟରେ ବିଜୁ ବାବୁଙ୍କ ଜନ୍ମ ଜୟନ୍ତୀ ମାର୍ଚ୍ଚ ୫ ଠାରୁ ତିରୋଧାନ ଦିବସ ଏପ୍ରିଲ ୧୭ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ମୟୁରଭଂଜ ରୁ ମାଲକାନଗିରି ଏବଂ ଝାରସୁଗୁଡ଼ା ରୁ ପାରାଦୀପ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ଏହି ରକ୍ତଦାନ ଶିବିର ଅଭିଯାନ ରେ ବିଜୁ ଛାତ୍ର ଜନତା ଦଳ ତରଫରୁ ରେକର୍ଡ ସଂଖ୍ୟକ ୭୮୧୮ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି।
ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଯେଉଁ ଆହ୍ବାନ ରହିଛି ଯେ ଓଡ଼ିଶାକୁ ରକ୍ତ ଅଭାବ ମୁକ୍ତ ରାଜ୍ୟରେ ପରିଣତ କରିବା।

ଏହି ଆହ୍ୱାନକୁ ପ୍ରତିପାଳିତ କରି ବିଜୁ ଛାତ୍ର ଜନତା ଦଳ ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀଙ୍କ ନିର୍ଦ୍ଦେଶ କ୍ରମେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ବିଜୁ ବାବୁଙ୍କ ଉଦ୍ଦେଶ୍ୟରେ ଏପରି ବିଶାଳ ରାଜ୍ୟବ୍ୟାପୀ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ବିଜୁ ବାବୁଙ୍କ ଉଦ୍ଦେଶ୍ୟରେ ଆୟୋଜନ କରାଯାଇଥିବା ରାଜ୍ୟବ୍ୟାପୀ ରକ୍ତଦାନ ଶିବିରକୁ ସଫଳତାର ରୂପ ପ୍ରଦାନ କରିଥିବାରୁ ବିଜୁ ଛାତ୍ର ଜନତା ଦଳର ସମସ୍ତ ଜିଲ୍ଲା ସଭାପତି ଓ ରାଜ୍ୟ କର୍ମକର୍ତ୍ତାଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜ୍ଞାପନ କରିବା ସହ ନିଜ ପ୍ରତିକ୍ରିୟାରେ କହିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ଯେଉଁ ଆହ୍ୱାନ ଦେଇଛନ୍ତି ସମୃଦ୍ଧ ଓଡ଼ିଶା ଗଠନ କରିବା ସହ ଓଡ଼ିଶାକୁ ରକ୍ତ ଅଭାବ ମୁକ୍ତ ରାଜ୍ୟରେ ପରିଣତ କରିବା ଏହି ଆହ୍ୱାନକୁ ସଫଳ କରିବା ଦିଗରେ ବିଜୁ ଛାତ୍ର ଜନତା ଦଳ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ବହନ କରିବା ସହ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଆଗାମୀ ଦିନରେ ରକ୍ତଦାନ ଅଭିଯାନ କୁ ଆହୁରି ବ୍ୟାପକ ଭାବେ କାର୍ଯ୍ୟକାରୀ କରାଯିବା ସହ ବିଜୁ ଛାତ୍ର ଜନତା ଦଳର ପ୍ରତେକଟି କର୍ମୀକୁ ଏହି ରକ୍ତଦାନ ଶିବିର ଆୟୋଜନ କରିବା ଅଭିଯାନରେ ଅଂଶୀଦାର ହେବାକୁ ଆହ୍ୱାନ ମଧ୍ୟ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *