ମହାନଗରରାଜ୍ୟ

ଆଜି ଭୁବନେଶ୍ଵରରେ ୪୬୮ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୧୨୩

ଭୁବନେଶ୍ଵର: ଆଜି ରାଜଧାନୀ ଭୁବନେଶ୍ୱରରେ ୪୬୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଏବଂ ୧୨୩ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ବୋଲି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଟ୍ବିଟ୍‌ ଯୋଗେ ସୂଚନା ଦିଆଯାଇଛି। ବିଏମ୍‌ସି ପକ୍ଷରୁ ଟ୍ବିଟ୍‌ କରି କୁହାଯାଇଛି ଯେ ଆଜି ଭୁବନେଶ୍ଵରରେ ୪୬୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ବାରେଣ୍ଟାଇନ୍‌ ୮୨ ଓ ଲୋକାଲ୍‌ କଣ୍ଟାକ୍ଟ କେସ୍‌ ୩୮୬ ଚିହ୍ନଟ ହୋଇଛନ୍ତି। କ୍ବାରେଣ୍ଟାଇନ୍‌ ସେଣ୍ଟରରୁ ନୟାପଲ୍ଲୀ ୬, ପୁରୁଣା ଭୁବନେଶ୍ୱରରୁ ୪ , ୟୁନିଟ ୩ ଅଞ୍ଚଳରୁ ୫, ଟଙ୍କପାଣି ୫, ଆଚାର୍ଯ୍ୟ ବିହାର ୫, ବଡ଼ଗଡ଼ରୁ ୬, ଶୈଳଶ୍ରୀ ବିହାର ୧୩, ରସୁଲଗଡ ୧୩, ବାପୁଜୀ ନଗର ୫, ସାମନ୍ତରାପୁର ୪, ପଟିଆ ୧୯, ଓଲଡ଼ ଟାଉନରୁ ୧୮ ଜଣ ଚିହ୍ନଟ ହୋଇଛନ୍ତି ସେହିପରି ଲୋକାଲ୍‌ କଣ୍ଟାକ୍ଟ କେସ୍‌ ମଧ୍ୟରୁ ନୟାପଲ୍ଲୀ ୩୩, ସୁନ୍ଦରପଦା ୧୭, ଆଇଆରସି ଭିଲେଜ ୫, ନୀଳାଦ୍ରି ବିହାର ୬, ଶାସ୍ତ୍ରୀ ନଗର ୫, ବିଜେବି ନଗରରୁ ୧୦, ଜାଗମରା ୭, ବମିଖାଲ ୯, ଜୟଦେବ ବିହାର ୬, ଝାରପଡା ୧୦, ଚନ୍ଦ୍ରଶେଖରପୁର ୧୩, ଖଣ୍ଡଗିରି ୧୪, ଲକ୍ଷ୍ମୀସାଗର ୧୧, ପୋଖରୀପୁଟ ୧୪, ବରମୁଣ୍ଡା ୭, ପାତ୍ରପଡାରୁ ୫, ୟୁନିଟ ୬ରୁ ୫, ୟୁନିଟ ୯ରୁ ୮ ଚିହ୍ନଟ ହୋଇଛନ୍ତି ବୋଲି ବିଏମ୍‌ସି ପକ୍ଷରୁ ଟ୍ବିଟ୍‌ କରି ସୂଚନା ଦିଆଯାଇଛି।

Leave a Reply

Your email address will not be published. Required fields are marked *