ଦେଶ- ବିଦେଶ

ତେଲୁଗ୍‌ ସୁପରଷ୍ଟାର ପବନ କଲ୍ୟାଣ କୋଭିଡ୍ ପଜିଟିଭ ଚିହ୍ନଟ

ନୂଆଦିଲ୍ଲୀ  : ତାମିଲ ସୁପରଷ୍ଟାର ପବନ କଲ୍ୟାଣ କୋଭିଡ୍ ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଜି ତାଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିବାରୁ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ତାଙ୍କର ଚିକିତ୍ସା ଆରମ୍ଭ କରୁଛନ୍ତି। ତାଙ୍କ ଫୁସଫୁସରେ ସଂକ୍ରମଣ ହୋଇଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି। ନିକଟରେ ଓକିଲ ସାବ ଫିଲ୍ମରେ ତାଙ୍କୁ ଦେଖିବାକୁ ମିଳିଥିଲା। କିଛିଦିନ ପୂର୍ବରୁ ପବନ କଲ୍ୟାଣଙ୍କ ଏକାଧିକ ସହଯୋଗୀ କରୋନାରେ ଆକ୍ରାନ୍ତ ହୋଇଥିଲେ। ଏହାପରେ ସେ ନିଜକୁ ଆଇସୋଲେଟ କରିନେଇଥିଲେ। ମିଳିଥିବା ସୂଚନା ଅନୁଯାୟୀ, ଏପ୍ରିଲ ୩ରେ ତିରୁପତିରେ ଆୟୋଜିତ ପଦଯାତ୍ରାରେ ପବନ କଲ୍ୟାଣ ଯୋଗ ଦେଇଥିଲେ।

ସେଠାରୁ ସେ ହାଇଦ୍ରାବାଦ ଫେରିବା ପରେ କୋଭିଡ୍ ଟେଷ୍ଟ କରାଇଥିଲେ। ହେଲେ ରିପୋର୍ଟ ନେଗେଟିଭ ଆସିଥିଲା। ଗତ ରବିବାର ପବନ କଲ୍ୟାଣଙ୍କ ଏକାଧିକ ଷ୍ଟାଫ କରୋନାରେ ଆକ୍ରାନ୍ତ ହୋଇଥିବାରୁ ସେ ନିଜକୁ ଆଇସୋଲେସନ କରିନେଇଥିଲେ। ଦୁଇ ଦିନ ପରେ ତାଙ୍କର ନାକ ବନ୍ଦ ହେବା ସହ ସେ ସାମାନ୍ୟ ଜ୍ୱରରେ ପୀଡ଼ିତ ହୋଇଥିଲେ। ତାଙ୍କ ଛାତିରେ ଯନ୍ତ୍ରଣା ମଧ୍ୟ ହୋଇଥିଲା। ଏନେଇ ସେ ଗୋଟିଏ ଘରୋଇ ହସ୍ପିଟାଲର ଡାକ୍ତରଙ୍କ ପରାମର୍ଶ ନେଇଥିଲେ। ତେବେ ଦୁଇ ଦିନ ତଳେ ସେ ତାଙ୍କ ନମୁନା ପରୀକ୍ଷା କରିବାକୁ ଦେଇଥିବା ବେଳେ ଆଜି ତାଙ୍କ ରିପୋର୍ଟ ପଜିଟିଭ ଆସିଛି।

Leave a Reply

Your email address will not be published. Required fields are marked *