ରାଜ୍ୟ

ଆଜିଠୁ କୋଣାର୍କ ସୂର୍ଯ୍ୟ ମନ୍ଦିର ବନ୍ଦ

ଭୁବନେଶ୍ୱର: କରୋନାର ଦ୍ୱିତୀୟ ସଂକ୍ରମଣ ଆତଙ୍କ ଖେଳାଇଥିବା ବେଳେ, ବନ୍ଦ ହେଲା ପ୍ରତ୍ନତତ୍ତ୍ୱ ବିଭାଗ ଅଧୀନରେ ଥିବା ସମସ୍ତ ଐତିହସ୍ଥଳୀ ଓ ସଂଗ୍ରହାଳୟ । ଏହି କ୍ରମରେ ଆଜିଠୁ କୋଣାର୍କ ସୂର୍ଯ୍ୟ ମନ୍ଦିରକୁ ଆଜି ବନ୍ଦ ରଖାଯାଇଛି । ଫଳରେ ସକାଳୁ ସୂର୍ଯ୍ୟମନ୍ଦିର ବୁଲିବାକୁ ଆସିଥିବା ପର୍ଯ୍ୟଟକ ନିରାଶ ହୋଇ ଫେରିଛନ୍ତି । ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏପ୍ରିଲ ୧୫ ଠାରୁ ମେ ୧୫ ତାରିଖ କିମ୍ବା ପରବର୍ତ୍ତୀ ନିର୍ଦ୍ଦେଶନାମା ନଆସିବା ପର୍ଯ୍ୟନ୍ତ କୋଣାର୍କ ବନ୍ଦ ରହିବ । କରୋନା କଟକଣା ପାଇଁ ୮ ମାସ ଧରି ସୂର୍ଯ୍ୟ ମନ୍ଦିର ବନ୍ଦ ରହିବା ଯୋଗୁଁ ଏଠାକାର ସମସ୍ତ ଛୋଟବଡ଼ ବ୍ୟବସାୟୀ ପ୍ରଭାବିତ ହୋଇଥିଲେ । ଏବେ ପୁଣି ପୂର୍ବ ସୂଚନା ନଦେଇ ପର୍ଯ୍ୟଟନସ୍ଥଳୀ ବନ୍ଦ କରାଯାଇଥିବାରୁ ଜୀବନଜୀବିକା ସଂକଟରେ ପଡ଼ିଛି ।

ରାଜ୍ୟରେ ବଢ଼ୁଥିବା କୋଭିଡ୍ ସଂକ୍ରମଣ ମାମଲାକୁ ନେଇ ସରକାର କଡ଼ା ପଦକ୍ଷେପ ନେଇଛନ୍ତି । ପୂର୍ବରୁ ପଶ୍ଚିମ ଓଡ଼ିଶାର ୧୦ଟି ଜିଲ୍ଲାରେ ସରକାର ରାତ୍ରୀକାଳୀନ କର୍ଫ୍ୟୁ ଲଗାଇଥିଲେ । ଏଥିରେ ପରିବର୍ତ୍ତନ କରାଯାଇଛି । ଶନିବାର ଠାରୁ ପଶ୍ଚିମ ଓଡ଼ିଶାର ୧୦ଟି ଜିଲ୍ଲାରେ ସନ୍ଧ୍ୟା ୬ଟାରୁ ଭୋର୍ ୫ଟା ଯାଏ ନାଇଟ୍ କର୍ଫ୍ୟୁ ଲାଗୁ ହେବ । ଏନେଇ ସାମ୍ବଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ।

Leave a Reply

Your email address will not be published. Required fields are marked *