ଅପରାଧମହାନଗରରାଜ୍ୟ

ହାଇଦରକୁ ଜଗୁଥିବା ପୋଲିସ କର୍ମଚାରୀ ମେଡ଼ିକାଲରେ ନୁହେଁ ହୋଟେଲ୍‌ରେ ରହୁଥିଲେ …

କଟକ: କଟକ ବଡ଼ମେଡିକାଲରୁ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣାରେ ଓଟିଭି ହାତରେ ଲାଗିଲା ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା। ହାଇଦରକୁ ଜଗିଥିବା ପୋଲିସ କର୍ମଚାରୀ ହୋଟେଲରେ ରହିଥିଲେ ବୋଲି ମିଳିଛି ସୂଚନା। ୬ ପୋଲିସ କର୍ମଚାରୀ ମଙ୍ଗଳାବାଗରେ ହୋଟେଲରେ ରହୁଥିଲେ ବୋଲି ଜଣାପଡିଛି। ହୋଟେଲ ରୁମ୍ ବୁକ୍ କରିଥିଲେ କନଷ୍ଟେବଲ ମହମ୍ମଦ ମୌସିମ ବୋଲି ଜଣାପଡିଛି। ହାଇଦର ଫେରାର ହେବା ଦିନ ଡ୍ୟୁଟି କରୁଥିବା ମୌସିମ ହୋଟେଲ ବୁକ୍ କରିଥିଲେ। ଓଟିଭିକୁ ମଙ୍ଗଳାବାଗ ସ୍ଥିତ ଅହଲ୍ୟା ହୋଟେଲ କର୍ମଚାରୀ ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ମାର୍ଚ୍ଚ ୨୩ ତାରିଖ ଦିନ ମହମ୍ମଦ ମୌସିମ ୨ଟି ରୁମ୍ ବୁକ୍ କରିଥିବା ଜଣାପଡିଛି। ଏହାସହ ଦିନକ ପରେ ଗୋଟିଏ ରୁମ୍ ଛାଡ଼ିଥିଲେ, ଗୋଟିଏ ରୁମରେ ରହୁଥିଲେ ମୌସିମ ବୋଲି ସୂଚନା ରହିଛି।

ତେବେ  ହାଇଦର ଫେରାର ପଛରେ ରହିଛି ସହଯୋଗୀ ସଲ୍ଲୁର ହାତ ରହିଛି। ସଲ୍ଲୁ ଷଡ଼ଯନ୍ତ୍ରରେ ସାମିଲ ଥିବା କହିସାରିଛନ୍ତି କଟକ ଡିସିପି ପ୍ରତୀକ ସିଂହ କହିଛନ୍ତି। ସେକ୍ ୟାକୁବ ଓରଫ ସଲ୍ଲୁ ଷଡ଼ଯନ୍ତ୍ରରେ ସାମିଲ ଥିବା ମାନିଛି। ହାଇଦରକୁ ଫେରାର କରାଇବା ଷଡ଼ଯନ୍ତ୍ରରେ ସେ ସାମିଲ ଥିଲା। ସଲ୍ଲୁକୁ ରିମାଣ୍ଡରେ ଆଣି ପଚରାଉଚରା କରାଯିବ। ହାଇଦରକୁ ଧରିବା ପାଇଁ ବଡ଼ ଧରଣର ସର୍ଚ୍ଚ ଅପରେସନ ଚାଲିଛି। ତଦନ୍ତ ସଠିକ ଢଙ୍ଗରେ ଆଗଉଛି ବୋଲି କଟକ ଡିସିପି କହିସାରିଛନ୍ତି।

Leave a Reply

Your email address will not be published. Required fields are marked *