ରାଜ୍ୟ

୧୦ ଜଣ ଡାକ୍ତର ସ୍ୱେଚ୍ଛାକୃତ ଅବସର ଆବେଦନ ଖାରଜ

ଭୁବନେଶ୍ୱର: ଓଡ଼ିଶାରେ ୧୦ ଜଣ ଡ଼ାକ୍ତର ସ୍ୱେଚ୍ଛାକୃତ ଅବସର ପାଇଁ ଆବେଦନ କରିଥିଲେ । ହେଲେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସେମାନଙ୍କ ଆବେଦନକୁ ଖାରଜ କରିଦେଇଛି । ସ୍ୱାସ୍ଥ୍ୟ ବିଭାଗ କହିଛି ଯେ ବର୍ତ୍ତମାନ ରାଜ୍ୟରେ କୋଭିଡ ସମସ୍ୟା ଲାଗିରହିବା ସହିତ ଡାକ୍ତରଙ୍କ ଘୋର ଅଭାବ ରହିଛି । ତେଣୁ ଏପରି ପରିସ୍ଥିତିରେ ସ୍ୱେଚ୍ଛାକୃତ ଅବସର ଗ୍ରହଣୀୟ ନୁହେଁ । ଅନ୍ୟ ପରେ ରାଜ୍ୟରେ ଡ଼ାକ୍ତରମାନେ ବିଭିନ୍ନ କାରଣରୁ ମୃତ୍ୟୁ ବରଣ କରୁଛନ୍ତି, ସେଥିପାଇଁ ସ୍ୱେଚ୍ଛାକୃତ ଅବସର ପାଇଁ ନିବେଦନ କରିଥିଲେ । ସେମାନଙ୍କ ମଧ୍ୟରେ ଡ଼ାକ୍ତର ମନୋଜ କୁମାର ଅଗ୍ରୱାଲ, ପ୍ରଦୀପ କୁମାର ରଥ, ଡ଼ାକ୍ତର ସୁକାନ୍ତ ପାଣିଗ୍ରାହୀ, ଡ଼ାକ୍ତର ଅଶୋକ କୁମାର ପୁରୋହିତ, ଡ଼ାକ୍ତର କୁଳମଣି ବରାଳ, ଡ଼ାକ୍ତର ପ୍ରଭାତ କୁମାର ସାହୁ, ଡ଼ାକ୍ତର ସୁଚିତ୍ରା ସାହୁ, ଡ଼ାକ୍ତର ଉମାରାଣୀ ଆଚାର୍ଯ୍ୟ, ଡ଼ାକ୍ତର ସେବକ ମୋହେର ଓ ଡ଼ାକ୍ତର ଜଗନ୍ନାଥ ପାହି ପ୍ରମୁଖ ଆବେଦନ କରିଥିଲେ ।

Leave a Reply

Your email address will not be published. Required fields are marked *