ମହାନଗରରାଜ୍ୟ

ଚିକିତ୍ସା ଅବେହଳାରୁ ରଗୀ ମୃତ୍ୟୁ ଅଭେିଯାଗ; ୮୦ ହଜାର ଟଙ୍କା ପାଇଁ ମୃତ ଦେହ ଅଟକ, ନର୍ସିଂ ହୋମ୍ ସିଲ୍‌,

କଟକ : ଏସସିବି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଦଲାଲ ରାଜ ଚାଲିଥିବା ଓ ଏନେଇ ୩ ଦିନ ମଧ୍ୟରେ ମଙ୍ଗଳାବାଗ ଥାନା ପୁଲିସ ୬ କର୍ମଚାରୀଙ୍କ ସମେତ ମୋଟ୍ ୯ ଜଣଙ୍କୁ ଗିରଫ କରିଛି । ତେବେ ସ୍ୱଳ୍ପ ବ୍ୟୟରେ ଉନ୍ନତ୍ତମାନର ସେବା ଯୋଗାଇ ଦେବାର ପ୍ରତିଶୃତି ଦେଇ ଦଲାଲମାନେ ଘରୋଇ ନର୍ସିଂ ହୋମକୁ ରୋଗୀଙ୍କୁ ସ୍ଥାନାନ୍ତର କରି ମୁନାଫା କମାଉଥିବା ବେଳେ ମହର୍ଗରୁ ଯାଇ କାନ୍ତାରରେ ପଡୁଛନ୍ତି ନିରୀହ ରୋଗୀ ଓ ତାଙ୍କ ସଂପର୍କୀୟ । ଏପରିକି ନର୍ସିଂ ହୋମଗୁଡିକ ଦ୍ୱାରା ଶୋଷଣର ଶିକାର ହେଉଥିବା ଓ ପାଉଣା ପାଇଁ ନର୍ସିଂ ହୋମ କର୍ତ୍ତୃପକ୍ଷ ମୃତ ଦେହ ବନ୍ଧା ରଖୁଥିବା ଭଳି ଘଟଣା ସାମନାକୁ ଆସୁଥିବା ନେଇ ବାରମ୍ବାର ଖବର ମଧ୍ୟ ପ୍ରକାଶ ପାଉଛି । ଅନେକ ନର୍ସିଂ ହୋମରେ ତାଲିମ ପ୍ରାପ୍ତ କର୍ମଚାରୀ ମଧ୍ୟ ନଥିବା ଅଭିଯୋଗ ହେଉଛି । ଫଳରେ ସେଠାରେ ରୋଗୀ ଚିକିତ୍ସା ଅବହେଳାର ଶିକାର ହେଉଥିବା ନେଇ ବାରମ୍ବାର ଅଭିଯୋଗ ହେଉଛି । ଏହିପରି ଏକ ଚିକିତ୍ସା ଅବହେଳାରୁ ମୃତ୍ୟୁ ଘଟିଥିବା ଅଭିଯୋଗ ଆଧାରରେ ମଙ୍ଗଳାବାଗ ପୁଲିସ ଏକ ମାମଲା ରୁଜୁ କରି ସଂପୃକ୍ତ ନର୍ସିଂ ହୋମକୁ ସିଲ୍ କରିଥିବା ବେଳେ ଏହାର ୨ ଜଣ କର୍ମଚାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

Leave a Reply

Your email address will not be published. Required fields are marked *