ଦେଶ- ବିଦେଶ

ମହାରାଷ୍ଟ୍ର ଗୃହମନ୍ତ୍ରୀ ହେବେ ଦିଲୀପ ୱାଲସେ ପାଟିଲ

ମୁମ୍ବାଇ : ଏନସିପି ନେତା ଦିଲୀପ ୱାଲସେ ପାଟିଲ ହେବେ ମହାରାଷ୍ଟ୍ରର ନୂଆ ଗୃହମନ୍ତ୍ରୀ । ଅନୀଲ ଦେଶମୁଖ ନିଜ ପଦରୁ ଇସ୍ତଫା ଦେବା ପରେ ଏନସିପି ନେତା ଦିଲୀପ ୱାଲସେ ପାଟିଲ ମହାରାଷ୍ଟ୍ରର ନୂଆ ଗୃହମନ୍ତ୍ରୀ ହେବାକୁ ଯାଉଛନ୍ତି । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ସୋମବାର ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ଇସ୍ତଫାକୁ ରାଜ୍ୟପାଳ ଭଗତ ସିଂ କୋଶାୟାରୀଙ୍କ ନିକଟକୁ ପଠାଇ ଦେବା ସହ ଏନସିପି ନେତା ଦିଲୀପ ୱାଲସେ ପାଟିଲ ବର୍ତ୍ତମାନ ରାଜ୍ୟ ଗୃହ ବିଭାଗର ଦାୟିତ୍ୱ ଗ୍ରହଣ କରିବେ ବୋଲି ସୂଚନା ଦେଇଛନ୍ତି । ଦିଲୀପ ୱାଲସେ ପାଟିଲ ବର୍ତ୍ତମାନ ଶ୍ରମ ଏବଂ ଅବକାରୀ ମନ୍ତ୍ରୀ ଭାବେ କାମ କରୁଛନ୍ତି । ମହାରାଷ୍ଟ୍ର ସରକାର ଏହା ମଧ୍ୟ ନିଷ୍ପତ୍ତି ନେଇଛନ୍ତି ଯେ ରାଜ୍ୟ ଅର୍ଥ ମନ୍ତ୍ରାଳୟର ଦାୟିତ୍ୱରେ ଥିବା ଉପମୁଖ୍ୟମନ୍ତ୍ରୀ ଅଜିତ ପୱାରଙ୍କୁ ଅବକାରୀ ମନ୍ତ୍ରାଳୟ ଦିଆଯିବ । ଏହା ସହ ଶ୍ରମ ମନ୍ତ୍ରାଳୟର ଦାୟିତ୍ବ ବୁଝିବେ ହସନ ମୁଶ୍ରିଫ ।

Leave a Reply

Your email address will not be published. Required fields are marked *