ରାଜ୍ୟ

ନାଳରେ ବୁଡି ୧୦ମ ଶ୍ରେଣୀ ଛାତ୍ର ମୃତ୍ୟୁ

ରାଉରକେଲା : ଲାଠିକଟା ବ୍ଲକ ଦକ୍ଷିଣ ରାଉରକେଲା ଡେଲାକୁଦର ପଂଚାୟତ ରେ ଜଣେ ୧୦ମ ଶେଣୀ ଛାତ୍ର ପାଣିରେ ବୁଡି ମୃତୁବରଣ କରିଥିବା ସୂଚନା ମିଳିଛି । ଅଗ୍ନିଶମ ବିଭାଗ ପକ୍ଷରୁ ଶବ ଉଦ୍ଧାର ହୋଇଛି । ମୃତକ ହେଉଛନ୍ତି ପ୍ରଗତି ପବ୍ଲିକ ସ୍କୁଲ ର ୧୦ ମ ଶ୍ରେଣୀ ଛାତ୍ର ସୌମ୍ୟ ରଞ୍ଜନ ପଣ୍ଡା(୧୬) । ଆଜି ସୌମ୍ୟ ସୋନପର୍ବତ ନିକଟରେ ଥିବା ଏକ ନାଳ ନିକଟରେ ୨ ଜଣ ସାଙ୍ଗଙ୍କ ସହ ବୁଲିବାକୁ ଯାଇଥିଲେ । ୨ ଜଣ ସାଙ୍ଗ କୂଳରେ ଥିବା ବେଳେ ସୌମ୍ୟ ଗାଧୋଇବା ପାଇଁ ଲମ୍ଫ ମାରିଥିଲେ । ଗଭୀର ଜଳରେ ବୁଡିଯାଇଥିଲେ । ପରେ ସ୍ୱତଃନିୟ ଲୋକଙ୍କ ସୂଚନାରେ ଶବ ଉଦ୍ଧାର କରିଥିଲେ ଅଗ୍ନିଶମ ବିଭାଗ । ସୂଚନାଯୋଗ୍ୟ, ନାଳରେ କମ୍ ପାଣିଥିବା ବେଳେ ପାଣି ଜମା କରିବାକୁ ଏକ କୂଅ ଖୋଲା ଯାଇଥିଲା । ସେଥିରେ ସୌମ୍ୟ ବୁଡି ପ୍ରାଣ ହରାଇଥିଲେ ।

Leave a Reply

Your email address will not be published. Required fields are marked *