ରାଜ୍ୟ

ରାଜ୍ୟକୁ ଫେରିଲା ନାଇଟ୍ କର୍ଫ୍ୟୁ

ଭୁବନେଶ୍ୱର: କରୋନା ପୁଣି ଥରେ କାୟା ମେଲାଉଛି । ଦେଶ ଏବଂ ରାଜ୍ୟରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ଘଟିଛି । କିଛିଦିନ ହେବ ରାଜ୍ୟର ବିଭିନ୍ନ ଜିଲ୍ଲାରେ କରୋନା ମାମଲା ମଧ୍ୟ ବୃଦ୍ଧି ଘଟିଛି । ଏହାକୁ ନଜରରେ ରଖି ରାଜ୍ୟର ୧୦ଟି ଜିଲ୍ଲାରେ ନାଇଟ କର୍ଫ୍ୟୁ ଲାଗୁ ହୋଇଛି । ସୁନ୍ଦରଗଡ଼ , ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ନାଇଟ କର୍ଫ୍ୟୁଜାରି କରାଯାଇଛି । ରାତି ୧୦ଟାରୁ ସକାଳ ୫ଟା ଯାଏ ଏହି କର୍ଫ୍ୟୁ ଲାଗୁ ହେବ । ଏପ୍ରିଲ ୫ ତାରିଖରୁ ଏହି ନିୟମ ଲାଗୁ କରାଯିବ ବୋଲି ଏସଆରସି ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ଅନୁଯାୟୀ, ସୀମାନ୍ତ ବର୍ତ୍ତି ରାଜ୍ୟ ଗୁଡିକରେ କୋଭିଡ ସଂକ୍ରମଣ ବଢୁଥିବାରୁ ସେହି ନିକଟବର୍ତ୍ତୀ ଜିଲ୍ଲାରେ କର୍ଫ୍ୟୁ ଲଗାଯାଇଛି । ଗତ କିଛିଦିନ ହେବ ଛତିଶଗଡ, ଝାଡଖଣ୍ଡ, ଆନ୍ଧ୍ରପ୍ରଦେଶରେ କୋଭିଡ ସଂକ୍ରମଣ ବୃଦ୍ଧି ଘଟୁଛି । ଫଳରେ ସୀମାନ୍ତବର୍ତ୍ତୀ ଜିଲ୍ଲା ଗୁଡିକରେ ନାଇଟ କର୍ଫ୍ୟୁ ଲାଗୁ କରିଛନ୍ତି ରାଜ୍ୟ ସରକାର ।

Leave a Reply

Your email address will not be published. Required fields are marked *