ମହାନଗରରାଜ୍ୟ

ରାଜଧାନୀ ଅମନିଆଙ୍କୁ ସାବାଡ଼ କରୁଛି ବିଏମ୍‌ସି

ଭୁବନେଶ୍ୱର: ରାଜ୍ୟରେ ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ରାଜଧାନୀ ଭୁବନେଶ୍ୱରରେ ମଧ୍ୟ କୋଭିଡ୍ ସଂକ୍ରମଣ ମାମଲା ବଢ଼ିବାରେ ଲାଗିଛି । ଲୋକମାନେ ନିୟମ ମାନୁ ନ ଥିବାରୁ ବିଏମ୍‌ସି ଅଚାନକ ଚଢ଼ଉ କରିଛି । ଶୁକ୍ରବାର ବିଏମ୍‌ସି ୟୁନିଟ୍ -୨ମାର୍କେଟ୍ ବିଲ୍ଡିଂରେ ରେଡ୍ କରିଥିବା ବେଳେ ଆଜି ପଟିଆ ଓ ଡମଣା ଅଞ୍ଚଳରେ ଚଢ଼ଉ କରିଛି । ବିଭିନ୍ନ ସପିଂ ମଲରେ ଚଢ଼ଉ ହୋଇଛି । ୯୯ ହିଣ୍ଟସ୍ ଲଙ୍ଗ ଆଣ୍ଡ ବାରକୁ ସିଲ୍ କରିଛି ବିଏମସି । କୋଭିଡ୍ କଟକଣାକୁ ଅବମାନନା କରି ବାରରେ ପପ୍ ଚାଲିଥିଲା । ଡିଜେ ତାଳେତାଳେ ଚାଲିଥିଲା ଡ୍ୟାନ୍ସ । କେହି ମୁହଁରେ ମାସ୍କ ପିନ୍ଧିନଥିଲେ, କି ସାମାଜିକ ଦୂରତା ମଧ୍ୟ ନ ଥିଲା । ସୂଚନାଯୋଗ୍ୟ, ଶୁକ୍ରବାର ୟୁନିଟ୍ -୨ ମାର୍କେଟ୍ ବିଲ୍ଡିଂରେ ରେଡ୍ କରି ବିଏମ୍‌ସି ବିଶାଲ ମେଗା ମାର୍ଟକୁ ସିଲ୍ କରିବା ସହ ଅନ୍ୟ ମଲରୁ ଫାଇନ୍ ଆଦାୟ କରିଥିଲା । ରାମମନ୍ଦିର ନିକଟ ମାର୍କେଟରେ ଚଢ଼ଉ କରି ଅମାନିଆଙ୍କ ଠାରୁ ଜରିମାନା ଆଦାୟ କରିଥିଲା ବିଏମସିର ଏନଫୋର୍ସମେଣ୍ଟ ସ୍କ୍ୱାଡ୍ ।

Leave a Reply

Your email address will not be published. Required fields are marked *