ରାଜ୍ୟ

ଓଡିଶାର ୭ଟି ପ୍ରକଳ୍ପକୁ ମିଳିଲା ମଞ୍ଜୁରୀ

ଭୁବନେଶ୍ୱର : ଓଡିଶାର ୭ଟି ପ୍ରକଳ୍ପକୁ ମଞ୍ଜୁରୀ ଦେଇଛି କେନ୍ଦ୍ର ସଡକ ପରିବହନ ମନ୍ତ୍ରାଳୟ । ୭ଟି ପ୍ରକଳ୍ପକୁ ମଞ୍ଜୁରୀ ନେଇ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକାରୀ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଜାତୀୟ ରାଜପଥ ୩୨୬ର ମାଲକାନଗିରିରୁ ମୋଟୁ ମଧ୍ୟରେ ୫ଟି ନୂଆ ସେତୁ ନିର୍ମାଣକୁ ମଞ୍ଜୁରୀ ମିଳିଛି । ସେହିପରି ବୁଡାପୋଲ ଜାଗାରେ ହାଇଲେଭଲ ସେତୁକୁ ମଞ୍ଜୁରୀ ଦିଆଯାଇଛି, ଯେଉଁଥିପାଇଁ ୧୫୪ କୋଟି ଟଙ୍କା ଖର୍ଚ୍ଚ ହେବ । ପୁରୀ-କୋଣାର୍କ ରାସ୍ତାର ମାଟିପଡାଠାରେ ରେଳ ଓଭରବ୍ରିଜ ତିଆରି ହେବ ।

Leave a Reply

Your email address will not be published. Required fields are marked *