ରାଜ୍ୟ

ବାହାର ରାଜ୍ୟରୁ ମାଲକାନଗିରି ଆସିଲେ ହୋମ୍ ଆଇସୋଲେସନ ବାଧ୍ୟତାମୂଳକ

ମାଲକାନଗିର : ବାହାର ରାଜ୍ୟରୁ ମାଲକାନଗିରି ଜିଲ୍ଲାକୁ ଆସିବା ବ୍ୟକ୍ତିଙ୍କ ପାଇଁ ଆଜିଠାରୁ ଗୃହ ସଂଗରୋଧରେ ରହିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିୟମ ଲାଗୁ କରାଯାଇଛି । ବାହାର ରାଜ୍ୟରୁ ଆସୁଥିବା ବ୍ୟକ୍ତିମାନଙ୍କୁ ୭ ଦିନ ଗୃହ ସଂଗରୋଧରେ ରହିବାକୁ ଜିଲ୍ଲାପାଳ ଡ.ୱାଇ ବିଜୟ ଏନେଇ ଏକ ଗାଇଡଲାଇନ ପ୍ରସ୍ତୁତି କରିଛନ୍ତି । ଜିଲ୍ଲାରେ ବଡଯାତ୍ରା ଆରମ୍ଭ ହୋଇଥିବା ବେଳେ, ଯାତ୍ରା ସମୟରେ ଜିଲ୍ଲାକୁ ବାହାର ରାଜ୍ୟରୁ ଅନେକ ଭକ୍ତ ଆସିବାର ସମ୍ଭାବନା ରହିଛି । ତେବେ ଅନ୍ୟ ରାଜ୍ୟରେ ବର୍ତମାନ କରୋନା ସଂକ୍ରମଣ ବଢିବାରେ ଲାଗିଥିବା ବେଳେ ଏହାକୁ ଦୃଷ୍ଠିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ଯେକୌଣସି ବ୍ୟକ୍ତି ଯଦି ବାହାର ରାଜ୍ୟରୁ ମାଲକାନଗିରି ଆସୁଛନ୍ତି ତେବେ ସେମାନଙ୍କୁ ବାଧ୍ୟତାମୂଳକ ଭାବେ ଗଅଡ ସଂଗରୋଧରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ନିୟମ ଉଲଂଘନ କଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ କାର୍ଯନୁଷ୍ଠାନ ଗ୍ରହଣ କରାଯିବ । ସୂଚନାଯୋଗ୍ୟ ଯେ, ବଡ ଯାତ୍ରା ପାଳନ ସମୟରେ କୋଭିଡ ସଂକ୍ରମଣକୁ ଆଶଙ୍କା କରି ଏଥି ପୂର୍ବରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ରାତ୍ର ୯ ଘଟିକାଠାରୁ ଆସନ୍ତା ୩୧ ତାରିଖ ମଧ୍ୟ ରାତ୍ରି ପର୍ଯ୍ୟନ୍ତ ରାତ୍ର କାଳୀନ କର୍ଫ୍ୟୁଜାରୀ କରାଯାଇଛି ।

Leave a Reply

Your email address will not be published. Required fields are marked *