ମହାନଗରରାଜ୍ୟ

ରାଜଧାନୀରେ କରୋନାକୁ ପୂରିଲା ବର୍ଷେ….

ଭୁବନେଶ୍ୱର : ୧୫ ମାର୍ଚ୍ଚ, ୨୦୨୦। ଇଟାଲିରୁ ଫେରିଥିବା ଭୁବନେଶ୍ବର ବଡ଼ଗଡ଼ ଅଞ୍ଚଳର ଜଣେ ଯୁବକଙ୍କ ଦେହରେ ଚିହ୍ନଟ ହୋଇଥିଲା କରୋନା ଭୂତାଣୁ। କେବଳ ରାଜଧାନୀ ନୁହେଁ; ସେ ଥିଲେ ଓଡ଼ିଶାର ପ୍ରଥମ କରୋନା ରୋଗୀ। ଏହାପରେ ରାଜଧାନୀକୁ ଫେରୁଥିବା ଜଣେ ପରେ ଜଣେ ପ୍ରବାସୀ ଓଡ଼ିଆ ଆକ୍ରାନ୍ତ ଚିହ୍ନଟ ହେଲେ। ଦିଲ୍ଲୀର ତବ୍‌ଲିଘ ‌ଜମାତରେ ଯୋଗ ଦେଇ ଫେରିଥିବା ବମିଖାଲର ଏକ ପରିବାର କରୋନା ସଂକ୍ରମିତ ହେବା ଏବଂ ଗୋଟିଏ ଦିନରେ ୧୫ଜଣ ଆକ୍ରାନ୍ତ ଚିହ୍ନଟ ହେବା ସାରା ରାଜ୍ୟରେ ଆତଙ୍କ ଖେଳାଇ ଦେଇଥିଲା। ସ୍ଥାନୀୟ ସଂକ୍ରମଣ ବଢ଼ିଗଲା ଯେ, କରୋନା ହଟ୍‌ସ୍ପଟ୍‌ ପାଲଟିଗଲା ପୂରା ଭୁବନେଶ୍ବର। ଆରମ୍ଭ ହୋଇଗଲା ଲକ୍‌ଡାଉନ୍, ସଟ୍‌ଡାଉନ୍। ନିଜ ଘରେ ଗୃହବନ୍ଦୀ ପାଲଟିଗଲେ ଲକ୍ଷଲକ୍ଷ ଜନତା। ରାଜଧାନୀବାସୀଙ୍କ ପାଇଁ ମହାମାରୀ କରୋନା ଆଣିଥିଲା ନାହିଁ ନ ଥିବା ଦୁର୍ଦ୍ଦଶା ଓ ଅକଥନୀୟ ଯାତନା।

Leave a Reply

Your email address will not be published. Required fields are marked *