ରାଜ୍ୟ

ମୃତ ନବଜାତକୁ ଝୁଣିି ପକାଇଲା କୁକୁର

ଭଦ୍ରକ :  ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଆଜି ଏକ ଦୁଃଖଦାୟକ ଦୃଶ୍ୟ ଦେଖିବାକୁ ମିଳିଛି । ଏକ ମୃତ ନବଜାତ ଶିଶୁକନ୍ୟାକୁ ଏକ କୁକୁର କାମୁଡି ନେଇ ପଳାଉଥିଲା  । ଲୋକେ ଗୋଡ଼ାଇବାରୁ ଛାଡ଼ି ପଳାଇଗଲା । ସୂଚନା ଅନୁଯାୟୀ, କୁକୁର ଉକ୍ତ ମୃତ ଶିଶୁକୁ କାମୁଡି ମେଡିକାଲ ପରିସରରେ ବୁଲୁଥିଲା । ଲୋକେ ଦେଖି ଗୋଡ଼ାଇବାରୁ କୁକୁର ନବଜାତକୁ ମେଡିକାଲ ବାହାରକୁ ନେଇ ପଳାଉଥିଲା । ତେବେ ଲୋକେ ପାଟି କରି ଗୋଡ଼ାଇବାରୁ କୁକୁର ନବଜାତକୁ ମେଡିକାଲ ପରିସରରେ ଛାଡି ପଳାଇଥିଲା । ନବଜାତଟି ଏକ ଶିଶୁକନ୍ୟା ବୋଲି ପରେ ଜଣାପଡ଼ିଥିଲା ।

Leave a Reply

Your email address will not be published. Required fields are marked *