ମହାନଗରରାଜ୍ୟ

ପଡ଼ୋଶୀ ରାଜ୍ୟରେ ସଂକ୍ରମଣ ବଢ଼ିବାରୁ ସତର୍କ ହେଲା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର : ଦେଶର ବିଭିନ୍ନ ରାଜ୍ୟରେ ପୁଣିଥରେ ବଢିଚାଲିଛି କରୋନା ସଂକ୍ରମଣ । ଆଜି ସମଗ୍ର ଦେଶରେ ନୂଆ ୨୩ ହଜାର ୨୮୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଓଡିଶାର ପଡୋଶୀ ରାଜ୍ୟମାନଙ୍କରେ ମଧ୍ୟ କରୋନା ପୁଣିଥରେ କାୟା ବିସ୍ତାର କରିବା ଆରମ୍ଭ କରିଛି । ଯାହାକୁ ଦେଖି ଆଗୁଆ ସତର୍କ ହୋଇ ଯାଇଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ।

ବାହାର ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ଦେଖି ପଦକ୍ଷେପ ନେଲା ସ୍ୱାସ୍ଥ୍ୟ ବିଭାଗ । ପଡ଼ୋଶୀ ଓ ବାହାର ରାଜ୍ୟର ପ୍ରଭାବ ରାଜ୍ୟ ଉପରେ ନ ପଡ଼ିବା ନେଇ ସ୍ୱାସ୍ଥ୍ୟ ବିଭାଗ କମିଟି ଗଠନ କରିଛି । ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ, ଆରଏମଆରସି ନିର୍ଦେଶକ, ଆଇଏଲ୍‌ଏସ୍ ନିର୍ଦ୍ଦେଶକଙ୍କୁ ନେଇ କମିଟି ଗଠନ ହୋଇଛି । ବାହାର ରାଜ୍ୟରେ ବଢୁଥିବା ସଂକ୍ରମଣର ପ୍ରଭାବ ଯେମିତି ଓଡ଼ିଶା ଉପରେ ନ ପଡ଼ିବ ସେ ନେଇ କମିଟି ପଦକ୍ଷେପ ନେବ । ଅନ୍ୟ ରାଜ୍ୟରେ ସଂକ୍ରମଣ ମାମଲା ବଢ଼ୁଥିବା ବେଳେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବହୁତ କମ୍ ଅଛି । ସୋମବାର ସୁଦ୍ଧା ରାଜ୍ୟରେ ଦୈନିକ ଟିକାକରଣ ୧ ଲକ୍ଷରେ ପହଞ୍ଚିବ । ଏନେଇ ସୂଚନା ଦେଇଛି ସ୍ୱାସ୍ଥ୍ୟ ବିଭାଗ ।

Leave a Reply

Your email address will not be published. Required fields are marked *