ବାଣିଜ୍ୟ

ଟିଭିଏସ୍ ମୋଟର୍ କମ୍ପାନୀ ପକ୍ଷରୁ ନୂଆ ଆପାଚେ ଆର୍‌ଟିଆର୍ ୧୬୦ ୪ଭିର ଶୁଭାରମ୍ଭ

ନୂଆଦିଲ୍ଲୀ : ବିଶ୍ୱରେ ଦୁଇଚକିଆ ଓ ତିନିଚକିଆ ଯାନର ଏକ ପ୍ରତିଷ୍ଠିତ ଉତ୍ପାଦନକାରୀ ସଂସ୍ଥା ଟିଭିଏସ୍ ମୋଟର୍ କମ୍ପାନୀ ଆଜି ଏହାର ନୂଆ ୨୦୨୧ ଟିଭିଏସ୍ ଆପାଚେ ଆର୍‌ଟିଆର୍ ୧୬୦ ୪ଭି ମୋଟରସାଇକେଲ୍ ଲଂଚ୍ କରିଛି । ଏହି ମୋଟରସାଇକେଲ୍ ନିଜ ଗ୍ରାହକଙ୍କ ବର୍ଦ୍ଧିତ ଆବଶ୍ୟକତା ସହ ସମାନ୍ତରାଳ ଭାବେ ବର୍ଦ୍ଧିତ ଶକ୍ତି ଓ ଟର୍କ ପ୍ରଦାନ କରି ନିଜ ରେସିଙ୍ଗ୍ ବିରାସତ ପ୍ରତି ବାସ୍ତବ ରହିବା ଜାରି ରଖିଛି, ଯାହାଫଳରେ ଏହା ୧୭.୬୩ ପିଏସ୍‌ର ସର୍ବୋତମ ପ୍ରଦର୍ଶନ ଓ ଶକ୍ତି ସୁନିଶ୍ଚିତ କରୁଛି- ଏବଂ ଏହାକୁ ନିଜ ବର୍ଗରେ ସବୁଠାରୁ ଶକ୍ତିଶାଳୀ ମୋଟରସାଇକେଲ୍‌ରେ ପରିଣତ କରୁଛି । ଟିଭିଏସ୍ ଆପାଚେ ଆର୍‌ଟିଆର୍ ୧୬୦ ୪ଭି ମୋଟରସାଇକେଲ୍‌ରେ ଏକ ଅତ୍ୟାଧୁନିକ ଇିନ୍ ୧୫୯.୭ ସିସି, ସିଙ୍ଗଲ୍‌-ସିଲିଣ୍ଡର, ୪-ଭାଲ୍‌ଭ, ଅଏଲ୍‌-କୁଲ୍‌ଡ ଇିନ୍ ରହିଛି ଯାହା ଏବେ ୯୨୫୦ ଆର୍‌ପିଏମ୍‌ରେ ୧୭.୬୩ ପିଏସ୍ ଏବଂ ୭୨୫୦ ଆର୍‌ପିଏମ୍‌ରେ ୧୪.୭୩ ଏନ୍‌ଏମ୍ ଟର୍କ ଉତ୍ପନ୍ନ କରୁଛି ।

ଇିନ୍‌କୁ ଏକ ୫-ସ୍ପିଡ୍ ସୁପର୍ ସ୍ଲିକ୍ ଗିୟରବକ୍ସ ସହିତ ସଂଯୋଗ କରାଯାଇଛି ଯାହା ଏକ ସଠିକ୍ ଓ ଶକ୍ତିଶାଳୀ ଚାଳନା ଅଭିଜ୍ଞତା ପ୍ରଦାନ କରୁଛି । ଏହି ମୋଟରସାଇକେଲ୍ କାର୍ବନ ଫାଇବର ପାଟର୍ଣ୍ଣ ସହିତ ଏକ ନୂତନ ଡୁଆଲ ଟୋନ୍ ସିଟ୍ ଏବଂ କ୍ଲ ଷ୍ଟାଇଲ୍‌ଡ ପୋଜିସନ ଲ୍ୟାମ୍ପ ସହିତ ଏଲ୍‌ଇଡି ହେଡ୍‌ଲ୍ୟାମ୍ପ୍ ସହ ଆସୁଛି ଯାହା ଏହାର ସାମଗ୍ରିକ ପ୍ରିମିୟମ ଅପିଲ୍‌କୁ ଉନ୍ନତ କରୁଛି । ଏଥିସହିତ ଏହି ମୋଟରସାଇକେଲ୍ ୨ କିଲୋଗ୍ରାମର ଓଜନ ହ୍ରାସ ସହିତ ଅଧିକ ହାଲୁକା ହୋଇଛି, ଏହାର ଡିସ୍କ ଭାରିଆଂଟ୍‌ର ଓଜନ ୧୪୭ କିଲୋଗ୍ରାମ ରହିଥିବା ବେଳେ ଡ୍ରମ୍ ଭାରିଆଂଟ୍‌ର ଓଜନ ୧୪୫ କିଲୋଗ୍ରାମ ରହିଛି । ନୂଆ ଟିଭିଏସ୍ ଆପାଚେ ଆର୍‌ଟିଆର୍ ୧୬୦ ୪ଭି ମୋଟରସାଇକେଲ୍ ୩ଟି ରଙ୍ଗ ରେସିଙ୍ଗ୍ ରେଡ୍‌, ନାଇଟ୍ ବ୍ଲାକ୍ ଓ ମେଟାଲିକ୍ ବ୍ଲୁରେ ଉପଲବ୍ଧ ହେବ ।

Leave a Reply

Your email address will not be published. Required fields are marked *