ରାଜ୍ୟ

ନନ୍ଦନକାନନରେ ମହୁମାଛି ଆକ୍ରମଣ, ୧୫ ପର୍ଯ୍ୟଟକ ଆହତ


ଭୁବନେଶ୍ୱର : ମହୁମାଛି ଆକ୍ରମଣରେ ୧୫ ପର୍ଯ୍ୟଟକ ଆହତ । ଭୁବନେଶ୍ୱର ନନ୍ଦନକାନନରେ ଘଟିଛି ଏହି ଘଟଣା । ନନ୍ଦନକାନନ ଭିତରେ ଏକ ଗଛରେ ଥିବା ମହୁଫେଣାରୁ ହାଠାତ ମହୁମାଛିମାନେ ଆକ୍ରମଣାତ୍ମକ ଭାବେ ଉଡ଼ି ଆସିଲେ । ପରେ ନିକଟରେ ଥିବା ପର୍ଯ୍ୟଟକଙ୍କୁ ଅତର୍କିତ ଆକ୍ରମଣ କରିବାକୁ ଲାଗିଲେ । ଏହି ମହୁମାଛି ମାନଙ୍କ ଆକ୍ରମଣରେ ପାଖାପାଖି ୧୫ରୁ ଅଧିକ ପର୍ଯ୍ୟଟକ ଆହତ ହୋଇଥିବା ସୂଚନା ମିଳିଛି । ଘଟଣା ସ୍ଥଳରେ ନନ୍ଦନକାନନ କର୍ମଚାରୀ ପହଞ୍ଚି ପର୍ଯ୍ୟଟକଙ୍କୁ ଡାକ୍ତରଖାନା ନେଇଛନ୍ତି ।

Leave a Reply

Your email address will not be published. Required fields are marked *