ମହାନଗରରାଜ୍ୟ

ବିଳମ୍ବ ହେଉଛି ପିପିଲି ଉପନିର୍ବାଚନ

କଟକ : ପିପିଲି ଉପନିର୍ବାଚନ ବିଳମ୍ବ ହେଉଥିବା ଦର୍ଶାଇ ଉପନିର୍ବାଚନ ବିଜ୍ଞପ୍ତି ପ୍ରକାଶନ ପାଇଁ ହାଇକୋର୍ଟରେ ଆବେଦନ କରାଯାଇଛି । କୌଣସି ବିଧାନସଭା ନିର୍ବାଚନ ମଣ୍ଡଳୀରେ କ୍ଷମତାରେ ଥିବା ବିଧାୟକଙ୍କ ମୃତ୍ୟୁ ହେଲ ନିର୍ବାଚନ ଆୟୂକ୍ତ ୬ ମାସ ମଧ୍ୟରେ ଉକ୍ତ ନିର୍ବାଚନ ମଣ୍ଡଳୀରେ ଉପନିର୍ବାଚନ କରାଇବାର ନିୟମ ରହିଛି । ତେବେ ପିଲିର ନିର୍ବାଚନ ମଣ୍ଡଳୀର ବିଧାୟକ ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ମୃତ୍ୟୁକୁ ୫ମାସରୁ ଉର୍ଦ୍ଧ୍ୱ ହେଲାଣି ।

ଏହା ସତ୍ତ୍ୱେ ମଧ୍ୟ ତେବେ ନିର୍ବାନ କମିଶନ ପିପିଲିରେ ଉପ ନିର୍ବାଚନ କରିବାର ପ୍ରକ୍ରିୟା ମଧ୍ୟ ଆରମ୍ଭ କରିନାହଁନ୍ତି ବୋଲି ଦର୍ଶାଇ ସୁପ୍ରିମକୋର୍ଟର ଆଇନଜୀବୀ ସମରେନ୍ଦ୍ର ବେହୁରା ଏହି ମାମଲା ରୁଜୁ କରିଛନ୍ତି । ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀ ମହାରଥୀଙ୍କ ମୃତ୍ୟୁ ପରେ ପ୍ରତିନିଧିତ୍ୱ ବିହୀନ ହୋଇ ପଡିଛି ।

ଏପରି କ୍ଷେତ୍ରରେ ପିପିଲି ନିର୍ବାଚନ ମଣ୍ଡଳୀରେ ବିକାଶ ମୂଳକ କାର୍ଯ୍ୟ ହୋଇପାରୁ ନାହିିଁ । ଏହା ଲୋକ ପ୍ରତିନିଧିତ୍ୱ ଆଇନର ବିରୋଧ । ଏପରି କ୍ଷେତ୍ରରେ ପିପିଲିର ଉପ ନିର୍ବାଚନ କରାଇବାକୁ ନିର୍ବାଚନ ଆୟୋଗଙ୍କୁ ବିଜ୍ଞପ୍ତି ପ୍ରକାଶ କରନ୍ତୁ ବୋଲି ଏହି ମାମଲାରେ ପ୍ରାର୍ଥନା କରିଛନ୍ତି । ଆବେଦନକାରୀଙ୍କ ପକ୍ଷରୁ ହାଇକୋର୍ଟରେ ଏହି ମାମଲାକୁ ଆଇନଜୀବୀ ସିଦ୍ଧାର୍ଥ ପ୍ରସାଦ ଦାଶ ପରିଚାଳନା କରୁଛନ୍ତି । ରୁଜୁ ମାମଳାରେ ଆବେଦନକାରୀ ନିିର୍ବାଚନ ଆୟୂକ୍ତ, କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟକୁ ପକ୍ଷଭୁକ୍ତ କରିଛନ୍ତି ।

Leave a Reply

Your email address will not be published. Required fields are marked *