ରାଜ୍ୟ

ବହୁ ଚର୍ଚ୍ଚିତ ହୋଟେଲ ବ୍ୟବସାୟୀ ହତ୍ୟା ମାମଲାରେ ୫ ଗିରଫ

ରାଉରକେଲା : ଫେବୃଆରୀ ୧୦ ତାରିଖ ବିଳମ୍ବିତ ରାତିରେ ହୋଟେଲ ତଥା ବାସନ ବ୍ୟବସାୟୀ ସଜନ ଅଗ୍ରୱାଲ(୫୯) ଙ୍କ ହତ୍ୟା ମାମଲାରେ ପ୍ଲାଣ୍ଟସାଇଡ଼ ପୁଲିସ ୫ ଜଣଙ୍କୁ ଗିରଫ କରିଛି । ଆଜି ଅପରାହ୍ନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସ୍‌ପି ମୁକେଶ ଭାମୁ ସୂଚନା ଦେଇଛନ୍ତି । ଗିରଫ ଅଭିଯୁକ୍ତମାନେ ହେଲେ – ଗାନ୍ଧୀ ରୋଡର ରଜତ ବିଶ୍ୱକର୍ମା(୨୭), ହୋଟେଲ ଡିଲକ୍ସ ଗଲି ର ଦିଲୀପ ଶର୍ମା(୫୮), କୋଏଲ ନଗର ର ରାଜେଶ ସିଂ(୩୯), ଉଦିତନଗର ରନୀଳ ପଲ(୩୪), ବେଦବ୍ୟାସର ଅମାନ ପ୍ରସାଦ(୨୨) । ଏହି ଘଟଣାରେ ସମ୍ପୃକ୍ତ ଜଣେ ଫେରାର ଅଛନ୍ତି ।

ଏସ୍‌ପି ଶ୍ରୀ ଭାମୁ ଙ୍କ କହିବା ଅନୁସାରେ, ଗତ ମାସ ୧୦ ତାରିଖ ପ୍ଲାଣ୍ଟସାଇଡ଼ ଥାନା ଅନ୍ତର୍ଗତ ଡିଏଭି ସ୍କୁଲ ଗଳିର କୈଳାଶ ଅଗ୍ରୱାଲ ଥାନାରେ ଏତଲା ଦେଇଥିଲେ । ଏତଲାରେ ୯ ତାରିଖ ରାତିରେ ତାଙ୍କ ବଡ଼ ଭାଇ ସଜନଙ୍କୁ ୨ ଜଣ ଦୁର୍ବୁତ୍ତ ପିଟି ପିଟି ଗୁରୁତର କରିଥିଲେ । ସଜନଙ୍କୁ ଆଇଜିଏଚ୍‌ରେ ଭର୍ତି କରାଯାଇଥିଲେ ମଧ୍ୟ ସେଠାରେ ମୃତୁବରଣ କରିଥିଲେ । ଉକ୍ତ ଘଟଣାରେ ବ୍ୟବହୃତ ହାମର, ପଲସର ବାଇକ, ଦେଶୀ ବନ୍ଧୁକ ଜବତ କରାଯାଇଛି । ଜମିଜୁମା ବିବାଦକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ହୋଇଥିବା ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *