ଦେଶ- ବିଦେଶ

ଇସ୍ତଫା ଦେଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂହ ରାୱତ

ଡେରାଡୁନ : ଉତ୍ତରାଖଣ୍ଡରେ ଦେଖାଦେଇଥିବା ରାଜନୈତିକ ସଙ୍କଟ ଭିତରେ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂହ ରାୱତ ମଙ୍ଗଳବାର ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି । ଅପରାହ୍ନ ୩ଟାରେ ସେ ସାମ୍ବାଦିକ ସମ୍ମିଳନୀ କରିବାର ଥିଲା । କିନ୍ତୁ ଏଥିରେ ସେ ପରିବର୍ତ୍ତନ କରି ପ୍ରଥମେ ରାଜଭବନକୁ ଯାଇ ରାଜ୍ୟପାଳ ବେବୀରାଣୀ ମୌର୍ଯ୍ୟଙ୍କୁ ଭେଟି ନିଜର ଇସ୍ତଫାପତ୍ର ଦେଇଛନ୍ତି ।

ଇସ୍ତଫା ଦେବା ପରେ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂହ ରାୱତ ସାମ୍ବାଦିକ ସମ୍ମିଳନୀ କରି ଏ ସମ୍ପର୍କରେ ଘୋଷଣା କରିଛନ୍ତି । ଏଥିରେ ସେ କହିଛନ୍ତି, ମୁଁ ଦୀର୍ଘ ସମୟ ଧରି ରାଜନୀତି କରୁଛି । ୪ ବର୍ଷ ଧରି ଦଳ ମୋତେ ମୁଖ୍ୟମନ୍ତ୍ରୀ ଭାବେ ସେବା କରିବାର ସୁଯୋଗ ଦେଲା । ମୁଁ କେବେ ମୁଖ୍ୟମନ୍ତ୍ରୀ ହେବି ବୋଲି ଭାବି ନ ଥିଲି । ବିଜେପି ମୋତେ ଏହି ସୁଯୋଗ ଦେଲା। ଦଳ ଏବେ ନିଷ୍ପତ୍ତି ନେଲା ଯେ ମୁଖ୍ୟମନ୍ତ୍ରୀ ଭାବେ ସେବା କରିବାର ସୁଯୋଗ ଅନ୍ୟ କାହାକୁ ଦିଆଯିବା ଦରକାର। ମୋ ଇସ୍ତଫା ଦଳର ସାମୁହିକ ନିଷ୍ପତ୍ତି । କାଲି ନୂଆ ନେତା ଚୟନ ହେବେ ବୋଲି ତ୍ରିଭେନ୍ଦ୍ର କହିଛନ୍ତି ।

Leave a Reply

Your email address will not be published. Required fields are marked *