ରାଜ୍ୟ

ବ୍ୟାଙ୍କରୁ ଟଙ୍କା ଉଠାଇ ଫେରୁଥିବା ବେଳେ ୩ ଲକ୍ଷ ୨୦ ହଜାର ଟଙ୍କା ଲୁଟ୍ ଅଭିଯୋଗ

ପାଟଣାଗଡ଼ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ମୁଖ୍ୟ ରାସ୍ତାରେ ଥିବା ଆକ୍ସିସ୍ ବ୍ୟାଙ୍କରୁ ଟଙ୍କା ଉଠାଇ ଘରକୁ ଫେରୁଥିବା ବେଳେ ଜଣେ ଗ୍ରାହକ ବ୍ୟାଙ୍କ ସମ୍ମୁଖରେ ୩ ଲକ୍ଷ ୨୦ ହଜାର ଟଙ୍କା ଲୁଟ୍‌ର ଶିକାର ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ, ବେଲପଡା ଗମ୍ଭାରୀ ଗ୍ରାମର ଶ୍ରୀୟା ବଲ୍ଲଭ ପାଣିଗ୍ରାହୀ ପାଟଣାଗଡ଼ ମୁଖ୍ୟ ରାସ୍ତାରେ ଥିବା ଆକ୍ସିସ୍ ବ୍ୟାଙ୍କକୁ ଟଙ୍କା ଉଠାଇବା ପାଇଁ ଆସିଥିଲେ । ଆଜି ମଧ୍ୟାହ୍ଣରେ ସମୟରେ ସେ ନିଜ ଆକାଉଣ୍ଟରୁ ୩ ଲକ୍ଷ ୨୦ ହଜାର ଟଙ୍କା ଉଠାଇ ତାଙ୍କ ବ୍ୟାଗରେ ଭର୍ତ୍ତି କରି ବ୍ୟାଙ୍କ ବାହାରକୁ ଆସି ରାସ୍ତାର ଅପରପାର୍ଶ୍ୱରେ ନିଜ ବାଇକ ରଖିଥିବା ସ୍ଥାନକୁ ଯାଉଥିଲେ ।

ସେହି ସମୟରେ ହଠାତ୍ ଏକ ପଲସର୍ ବାଇକରେ ଦୁଇ ଜଣ ଦୁର୍ବୃତ୍ତ ଟଙ୍କା ଥିବା ବ୍ୟାଗକୁ ଛଡାଇ ନେଇ ପଳାଇଥିଲେ । ବାଇକ ଚାଳକ ହେଲମେଟ ପିନ୍ଧିଥିବା ବେଳେ ପଛରେ ବସିଥିବା ଦୁର୍ବୃତ୍ତ ମୁହଁରେ କପଡା ଢାଙ୍କି ହୋଇଥିବା ନେଇ ଶ୍ରୀୟା ବଲ୍ଲଭ କହିଛନ୍ତି । ପରେ ପାଟଣାଗଡ଼ ଥାନାରେ ଶ୍ରୀ ପାଣିଗ୍ରାହୀ ଏ ନେଇ ଏକ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ପାଟଣାଗଡ଼ ପୁଲିସ ଏକ ମାମଲା ରୁଜୁ କରି ଘଟଣା ସମ୍ପର୍କରେ ତଦନ୍ତ କରୁଥିବା ନେଇ ପୁଲିସ ଏସଆଇ ବିଦେଶୀ ପଧାନ କହିଛନ୍ତି ।

Leave a Reply

Your email address will not be published. Required fields are marked *