ବାଣିଜ୍ୟ

ବଢିଲା ପ୍ଲାଟଫର୍ମ ଟିକେଟ ଦାମ୍

ନୂଆଦିଲ୍ଲୀ : ମାର୍ଚ୍ଚ ଆରମ୍ଭରୁ ମହଙ୍ଗା ମାଡ଼ । ପ୍ରଥମେ ତେଲ ଆଉ ତା’ ପରେ ଏଲପିଜି ଦାମ୍ ମହଙ୍ଗା ହୋଇଥିବା ବେଳେ ଏବେ ପ୍ଲାଟଫର୍ମ ଟିକେଟ ଦାମ୍ ବଢାଇଛି ଭାରତୀୟ ରେଲୱେ । ଭାରତୀୟ ରେଳବାଇ ଏବେ ପ୍ଲାଟଫର୍ମ ଟିକେଟର ଦାମ୍ ବୃଦ୍ଧି କରିଛି । କରୋନା ପାଇଁ ଗତ ଦୀର୍ଘ ଦିନ ଧରି ପ୍ଲାଟଫର୍ମ ଟିକେଟ୍ ସେବା ବନ୍ଦ ରହିଥିଲା । ଏହାକୁ ପୁଣିଥରେ ଦିଲ୍ଲୀର ପ୍ରମୁଖ ଷ୍ଟେସନରେ ଆରମ୍ଭ କରାଯାଇଛି । ଗୁରୁବାର ରାତ୍ର ୧୨ଟାଠାରୁ ଏହି ସେବା ପୁଣି ଆରମ୍ଭ ହୋଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ, ପୂର୍ବରୁ ଗୋଟିଏ ପ୍ଲାଟଫର୍ମ ଟିକେଟ୍ ପାଇଁ ୧୦ ଟଙ୍କା ଖର୍ଚ୍ଚ କରିବାକୁ ପଡୁଥିବା ବେଳେ ଏବେ ୩୦ ଟଙ୍କା ଦେବାକୁ ହେବ ।

ଦେଶରେ କରୋନା ସଂକ୍ରମଣ ପୁଣି ବୃଦ୍ଧି ପାଇଥିବା ଦୃଷ୍ଟିରୁ ରେଳ ଷ୍ଟେସନ ପ୍ଲାର୍ଟଫର୍ମରେ ଲୋକଙ୍କ ଭିଡ କମ କରିବାକୁ ସରକାର ଏଭଳି ପଦକ୍ଷେପ ନେଇଥିବା କହିଛନ୍ତି । ଗୁରୁବାର ରାତି ୧୨ଟାରୁ ନୂଆଦିଲ୍ଲୀର ପ୍ରମୁଖ ଷ୍ଟେସନରେ ଏହି ସେବା ପୁଣି ଆରମ୍ଭ ହୋଇଛି । ନୂଆ ଦର ଦେଶର ସବୁ ରେଳ ଷ୍ଟେସନରେ ଲାଗୁ ହେବ । ନୂଆ ଦର ଆସନ୍ତା ଜୁନ ୧୫ ଯାଏ ଲାଗୁ ହେବ । ଏହା ସାମୟିକ ସମୟ ପାଇଁ ଲାଗୁ କରାଯାଇଥିବା ରେଲୱେ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

Leave a Reply

Your email address will not be published. Required fields are marked *