ବାଣିଜ୍ୟ

୪୦ ହଜାର ତଳକୁ ଖସିଯିବ କି ସୁନା ?

ନୂଆଦିଲ୍ଲୀ : ଗତ ବର୍ଷ ରେକର୍ଡ ସ୍ତରରେ ପହଞ୍ଚିବା ପରେ ଚଳିତ ବର୍ଷ ସୁନାଦର କମିବାରେ ଲାଗିଛି । ଶୁକ୍ରବାର କମୋଡିଟି ବଜାରରେ ସୁନା ଦର ୪୩ ହଜାର ନିକଟବର୍ତ୍ତୀ ହୋଇଯାଇଥିଲା । ଅନ୍ତର୍ଜାତୀୟ ବଜାରରେ ସୁନା ଶସ୍ତା ହୋଇଯାଇଥିବାରୁ ଭାରତରେ ଦର କମୁଥିବା କୁହାଯାଉଛି । ଶୁକ୍ରବାର ସନ୍ଧ୍ୟାରେ ୨୨ କ୍ୟାରେଟ ସୁନାଦର ୪୩ ହଜାର ଓ ୨୪ କ୍ୟାରେଟ ସୁନା ୪୪୫୨ ଟଙ୍କାକୁ ଖସିଆସିଛି । ଗତ ବର୍ଷ ଅଗଷ୍ଟ ମାସରେ ସୁନାଦର ରେକର୍ଡ ୫୬୨୦୦ ଟଙ୍କାକୁ ଛୁଇଁଥିଲା । ଫଳରେ ଗତ ୬ ମାସରେ ସୁନାଦର ପ୍ରାୟ ୨୦ ପ୍ରତିଶତ ହ୍ରାସ ପାଇଛି । ଅନ୍ତର୍ଜାତୀୟ ବଜାରରେ ସୁନା ଶସ୍ତା ହୋଇଯାଇଥିବାରୁ ଭାରତରେ ଦର କମୁଛି । ଗତ ବର୍ଷ ଅଗଷ୍ଟରେ ଅନ୍ତର୍ଜାତୀୟ ବଜାରରେ ସୁନା ଆଉନ୍ସ ପିଛା ୨ ହଜାର ଡଲାର ଟପିଯାଇଥିଲା । କିନ୍ତୁ ଗତ ଗୁରୁବାର ତାହା ୧୭୦୦ ଡଲାରକୁ ଖସିଆସିଛି । ସୁନାରେ ନିବେଶ ତୁଳନାରେ ଆମେରିକା ସରକାରଙ୍କ ବଣ୍ଡରେ ନିବେଶରୁ ଅଧିକ ଲାଭ ପାଉଥିବାରୁ ସୁନାର ଦର କମୁଛି । କେତେକ ବିଶ୍ଳେଷକଙ୍କ ମତରେ ଆସନ୍ତା ଜୁନ ମାସସୁଦ୍ଧା ସୁନାଦର ଆଉନ୍ସ ପିଛା ଆହୁରି ହ୍ରାସ ପାଇ ୧୫ଶହ ଡଲାର ନିକଟବର୍ତ୍ତୀ ହୋଇଯିବ । ଏପରି ହେଲେ ଭାରତରେ ସୁନାଦର ୪୦ ହଜାର ତଳକୁ ଖସିବାର ଯଥେଷ୍ଟ ସମ୍ଭାବନା ରହିଛି ।

Leave a Reply

Your email address will not be published. Required fields are marked *